ଆୟୁଷ୍ମାନ ଭାରତକୁ ଆଠ ବର୍ଷ:୬୦ କୋଟିରୁ ଅଧିକ ଲୋକ ପାଇଛନ୍ତି ସ୍ୱାସ୍ଥ୍ୟ ସୁରକ୍ଷା

ବୁଧବାର ଦିନ ଆୟୁଷ୍ମାନ ଭାରତ ଯୋଜନା ଆଠ ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହା ଦେଶର ୬୦ କୋଟିରୁ ଅଧିକ ଲୋକଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରୁଛି। ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ଯୋଜନା ପାଲଟିଛି।ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ଆଠ ବର୍ଷ ପୂର୍ବରୁ ଆୟୁଷ୍ମାନ ଭାରତର ଶୁଭାରମ୍ଭ ହୋଇଥିଲା । ପ୍ରତି ଭାରତୀୟଙ୍କୁ ସୁଲଭ ସ୍ଵାସ୍ଥ୍ୟସେବା ଯୋଗାଇବା ଏହାର ଲକ୍ଷ୍ୟ ଥିଲା । ଏବେ ୬୦ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି । ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ସୁବିଧା ଦିଆଯାଉଛି । ଏହାଦ୍ଵାରା ଗରିବ ଏବଂ ମଧ୍ୟବିତ୍ତ ଉପକୃତ ହୋଇପାରୁଛନ୍ତି । ଘରେ ଘରେ ସ୍ଵାସ୍ଥ୍ୟସେବା ପହଞ୍ଚିଛି । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏବେ ୧୩ କୋଟିରୁ ଅଧିକ ଲୋକ ଚିକିତ୍ସାରୁ ଉପକୃତ ହୋଇଛନ୍ତି।। ଏହାଦ୍ଵାରା ପ୍ରାଥମିକ ସ୍ଵାସ୍ଥ୍ୟସେବା ଆହୁରି ମଜବୁତ ହୋଇଛି ।