୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍
୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ।‘ମିସ୍ ୟୁନିଭର୍ସ ୨୦୨୨’ ଆର୍’ବନ୍ନି ଗାବ୍ରିଏଲ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି।
‘ମିସ୍ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ପ୍ରତିଯୋଗିତାରେ ଭାରତର ମିସ୍ ୟୁନିଭର୍ସ ଇଣ୍ଡିଆ ଶ୍ୱେତା ଶାରଦା ଏବଂ ମିସ୍ ୟୁନିଭର୍ସ ପାକିସ୍ତାନ ଏରିକା ରବିନ ଏହାର ଶୀର୍ଷ ୧୦ ଲାଗି ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ହେଲେ ଉଭୟ ଶୀର୍ଷ ୨୦ରେ ସ୍ଥାନ ପାଇ ନିଜ ଦେଶକୁ ଗୌରବାନ୍ବିତ କରିଥିଲେ।