ପାକିସ୍ତାନରୁ ଏନଓସି ମିଳିବା ପରେ ଭାରତ ଫେରିବେ ଅଞ୍ଜୁ,ଦୁଇ ସନ୍ତାନଙ୍କୁ ମନେ ପକାଉଛନ୍ତି।
ଦୁଇଟି ସନ୍ତାନର ଜନନି ୩୪ ବର୍ଷୀୟା ଭାରତୀୟ ମହିଳା ପାକିସ୍ତାନ ସରକାରଙ୍କଠାରୁ କ୍ଲିୟରାନ୍ସ ପାଇବା ପରେ ଭାରତ ଫେରିବେ। ରାଜସ୍ଥାନର ବାସିନ୍ଦା ଅଞ୍ଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ସାକ୍ଷାତ କରିଥିବା ଜଣେ ବନ୍ଧୁଙ୍କୁ ବିବାହ କରିବା ପାଇଁ ଖାଇବର ପାଖତନଖ୍ବାସ୍ଥିତ ଏକ ଦୂର ଗ୍ରାମକୁ ଯାଇଥିଲେ। ପାକିସ୍ତାନ ଯିବା ପରେ ସେ ନିଜର ଧର୍ମ ପରିବର୍ତ୍ତନ କରି ତାଙ୍କ ନସରୁଲ୍ଲାଙ୍କୁ ବିବାହ କଲେ। କିନ୍ତୁ ବର୍ତ୍ତମାନ ସେ କହିଛନ୍ତି ଯେ ସେ ଭାରତ ଫେରି ଆସୁଛନ୍ତି।
ଏଠାରେ ସେ ବହୁତ ଦୁଃଖିତ ଅଛନ୍ତି। ତାଙ୍କ ପିଲାମାନଙ୍କୁ ବହୁତ ମନେ ପକାଉଛନ୍ତି। ସେମାନଙ୍କ ବିନା କିଛି ଭଲ ଲାଗୁ ନାହିଁ। ଅଞ୍ଜୁଙ୍କ ପାକିସ୍ତାନୀ ସ୍ବାମୀ କହିଛନ୍ତି ଯେ ଆମେ ଇସଲାମାବାଦର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟରୁ ଏନଓସି (No Objection Certificate) କୁ ଅପେକ୍ଷା କରିଛୁ। ଆମେ ଏହା ପାଇଁ ଆବେଦନ କରିସାରିଛୁ । ଏହି ପ୍ରକ୍ରିୟା ଟିକେ ଲମ୍ବା ଏବଂ ସମ୍ପୂର୍ଣ୍ଣ ହେବାକୁ ସମୟ ନେଇଥାଏ।ୱାଗା ସୀମା ପାର ହେବା ପାଇଁ କାଗଜପତ୍ର ସମାପ୍ତ ହେବା ମାତ୍ରେ ଅଞ୍ଜୁ ଭାରତ ଯିବେ। କିନ୍ତୁ ସେଠାରେ ତାଙ୍କ ପିଲାମାନଙ୍କୁ ଭେଟିବା ପରେ ସେ ପାକିସ୍ତାନ ଫେରିଯିବେ। କାରଣ ଏହା ବର୍ତ୍ତମାନ ତାଙ୍କ ଘର।
