ପରଫମାନ୍ସ ସମୟରେ ଜଣେ ପ୍ରଶଂସକ ଅତିଫଙ୍କ ଉପରେ ଟଙ୍କା ଫିଙ୍ଗିଥିଲେ।
ପାକିସ୍ତାନୀ ଗାୟକ ଅତିଫ ଅସଲାମ।ତାଙ୍କ ପରଫମାନ୍ସ ସମୟରେ ଜଣେ ପ୍ରଶଂସକ ଅତିଫଙ୍କ ଉପରେ ଟଙ୍କା ଫିଙ୍ଗିଥିଲେ। ଯାହା ପରେ ଗାୟକ ରାଗି ଯାଇଥିଲେ କିନ୍ତୁ ସେ ନିଜ କ୍ରୋଧକୁ ନିୟନ୍ତ୍ରଣ କଲେ ଏବଂ ତାଙ୍କୁ ଭଲ ଶିକ୍ଷା ଦେଲେ । ପ୍ରଶଂସକମାନେ ଏହି ଭିଡିଓ ଦେଖି ତାଙ୍କୁ ପ୍ରଶଂସା କରୁଛନ୍ତି । ଯେତେବେଳେ ପ୍ରଶଂସକ ଅତିଫଙ୍କ ଉପରେ ଟଙ୍କା ଫିଙ୍ଗିଥିଲେ , ସେହି ସମୟରେ ସେ ଶୋ’ ବନ୍ଦ କରିବାକୁ କହିଥିଲେ। ଏହି ଟଙ୍କା ଦାନ କର, ଏହାକୁ ମୋ ଉପରେ ପକାନ୍ତୁ ନାହିଁ। ଏହା ଟଙ୍କା ପ୍ରତି ଅପମାନ। ଲାଇଭ କନସର୍ଟର ଭିଡିଓ ଭାଇରାଲ ହେବାରେ ଲାଗିଛି।
