Browsing Category

ଆଜିର ଖବର

ଯୁଦ୍ଧ ଆମେ ଜିତି ସାରିଛୁ ଇରାନ ବୁଝାମଣା ପାଇଁ ବ୍ୟାକୁଳ

ଇରାନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ବୟାନ । କହିଛନ୍ତି, ଆମେ ଜିତି ସାରିଛୁ, ଇରାନ ଏବେ ବୁଝାମଣା ପାଇଁ ବ୍ୟାକୁଳ । ଇରାନରେ ଆମକୁ ବଡ଼ ସଫଳତା ମିଳିଛି । ସେମାନଙ୍କ ପାଖରେ ଏବେ ନା ଅଛି ନୌସେନା, ନା ବାୟୁସେନା କିମ୍ବା କୌଣସି ରାଡାର୍। ସେମାନଙ୍କର ନେତାମାନେ ମଧ୍ୟ ଆଉ ନାହାନ୍ତି। ଏହି

ବଢ଼ିଲା ସୁନା-ରୁପା ଦର

ପୁଣି ବଢ଼ିଲା ସୁନା ଏବଂ ରୂପା ଦର । ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପଙ୍କ ଘୋଷଣା ପରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି ଘଟିଛି । ଲକ୍ଷେ ୨୪ ହଜାରରୁ ଏକାଥରେ ଟପିଲା ଲକ୍ଷେ ୩୧ ହଜାର ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୬,୬୭୦ ଟଙ୍କା ରହିଥିବା ବେଳେ ୨୨

 ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀରେ ଉଲ୍ଲଂଘନ ଅଭିଯୋଗରେ ଫାଇନ ଗଣିବ ମେଟା

ମେଟାକୁ ବଡ଼ ଝଟକା । ୩୧ ଶହ କୋଟିର ଫାଇନ ଗଣିବ ମେଟା । ପିଲାଙ୍କ ପାଇଁ ଫେସବୁକ୍-ଇନଷ୍ଟାଗ୍ରାମ ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଲଗାଇନ୍ତି କୋର୍ଟ ।ଆମେରିକାର ନ୍ୟୁ ମେକ୍ସିକୋ ରାଜ୍ୟର ଏକ କୋର୍ଟ ସୋସିଆଲ ମିଡିଆ କମ୍ପାନି ମେଟାକୁ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ କ୍ଷତି

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ । ସମ୍ପୂର୍ଣ୍ଣ ପ୍ରକ୍ରିୟାର

ଶୋଷ ହେଉଥିଲା ବୋଲି ପିଇଦେଲେ ଝରଣା ପାଣି, ଭିତରକୁ ଚାଲିଗଲା ଜୋକ 

ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଶ୍ୟାମ ହୁଈକା ଗାଁର ସାଙ୍ଗ ମାନଙ୍କ ସହ ଜଙ୍ଗଲକୁ ଜାଳେଣୀ କାଠ ପାଇଁ ଯାଇଥିଲେ ଯୁବକ। ଖରାରେ କାମ କରୁ କରୁ ଜୋରରେ ଲାଗିଥିଲା ଶୋଷ । ଜଙ୍ଗଲରେ ଶୋଷ ଲାଗିବାରୁ ଉପାୟ ନପାଇ ଝରଣା ପାଣି ପିଇଥିଲେ । ତେବେ ଝରଣା ପାଣି ପିଇବା ବେଳେ

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା

ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ତେବେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡର ପାଇଁ ବୁକିଂ ବ୍ୟବଧାନ ବୃଦ୍ଧି କରାଯାଇଛି। ପୂର୍ବରୁ, ଏହି ସମୟ ସୀମା ୨୫ ଦିନ ଥିଲା, କିନ୍ତୁ ଏବେ ଏହାକୁ ୩୫ ଦିନକୁ

ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ

ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଶେଷ ହେବ । ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ଏପ୍ରିଲ୍ ମାସ ଶେଷ ସୁଦ୍ଧା ଖାତା ଦେଖା ଶେଷ ହେବ । ମେ’ ମାସରେ ପରୀକ୍ଷା ଫଳ

ଆଗକୁ କଲବଲ କରିବ ଖରା, ୨ରୁ ୪ ଡିଗ୍ରୀ ବଢିବ ପାରଦ

ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ୩୭ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ବର୍ତ୍ତମାନ ରାଜଧାନୀ ଭୁବନେଶ୍ଵରଠୁ ରାଜ୍ୟର ଅନେକ ସ୍ଥାନରେ ଖରା ଓ ଗରମ ଅନୁଭୂତି ହେଉଛି । ତେବେ ଆଗାମୀ ୩ ଦିନ ଆହୁରି ବଢିବ ତାତି । ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର

ଆଜିର ରାଶିଫଳ(୨୫ ମାର୍ଚ୍ଚ, ୨୦୨୬)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ

ବର୍ତ୍ତମାନର ବଡ ଖବରଟ୍ରାକ୍ଟରକୁ ଧକାଦେଇ ଦୁଇ ଗୁରୁତର ,ଭୁବନେଶ୍ବର ଓ ନୟାଗଡ ସ୍ଥାନାନ୍ତର

ମଙ୍ଗଳବାର ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗୋପାଳପ୍ରସାଦ ବୁଲାଣି ରାସ୍ତାରେ ଟ୍ରାକ୍ଟର ପଛପଟେ ଧକା ଦେଇ ଦୁଇଜଣ ବାଇକି ଆରୋହୀ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇଜଣ ହେଲେ ଗଣିଆ ଥାନା କେନ୍ଦୁପଲ୍ଲୀ ଗ୍ରାମର ରାମଚନ୍ଦ୍ର ବେହେରା (୩୬) ଏବଂ ବୁଲୁ ବେହେରା (୩୦)

ରାଷ୍ଟ୍ରପତି ଙ୍କ ଚିକିତ୍ସକ ରୂପେ ନିଯୁକ୍ତି ପାଇଲେ ଜଗତସିଂହପୁର ଜ଼ିଲ୍ଲା ର ଡା ଲକ୍ଷ୍ମୀକାନ୍ତ ନନ୍ଦ | ବିଭିନ୍ନ…

ଜଗତସିଂହପୁର ତା =24/3/26ବିଶିଷ୍ଟ ହୋମିଓପାଥିକ ଚିକିତ୍ସକ ତଥା ଭୁବନେଶ୍ୱର ସ୍ଥିତ ଡା ଅଭିନଚନ୍ଦ୍ର ରାଓ ସରକାରୀ ହୋମିଓପାଥିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ୍ୟ ଡା ଲକ୍ଷ୍ମୀକାନ୍ତ ନନ୍ଦ ଙ୍କୁ ଭାରତ ସରକାର କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଭାରତ ର ମହାମହିମ ରାଷ୍ଟ୍ରପତି ଦୌପତି ମୁର୍ମୁ

ଗ୍ରୀଷ୍ମ ପ୍ରବାହ: ଏସଓପିର କଡ଼ାକଡ଼ି ଅନୁପାଳନ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆସନ୍ନ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଏବଂ ମାର୍ଗଦର୍ଶିକା (SOP) ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଆଜି ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ପୌର