ରାଷ୍ଟ୍ରପତି ଙ୍କ ଚିକିତ୍ସକ ରୂପେ ନିଯୁକ୍ତି ପାଇଲେ ଜଗତସିଂହପୁର ଜ଼ିଲ୍ଲା ର ଡା ଲକ୍ଷ୍ମୀକାନ୍ତ ନନ୍ଦ | ବିଭିନ୍ନ ମହଲରୁ ଶୁଭେଚ୍ଛା

ଜଗତସିଂହପୁର ତା =24/3/26ବିଶିଷ୍ଟ ହୋମିଓପାଥିକ ଚିକିତ୍ସକ ତଥା ଭୁବନେଶ୍ୱର ସ୍ଥିତ ଡା ଅଭିନଚନ୍ଦ୍ର ରାଓ ସରକାରୀ ହୋମିଓପାଥିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ୍ୟ ଡା ଲକ୍ଷ୍ମୀକାନ୍ତ ନନ୍ଦ ଙ୍କୁ ଭାରତ ସରକାର କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଭାରତ ର ମହାମହିମ ରାଷ୍ଟ୍ରପତି ଦୌପତି ମୁର୍ମୁ ଙ୍କ ଅନରାରି ଚିକିତ୍ସକ ରୂପେ ନିଯୁକ୍ତି ମିଳିଥିବାରୁ ମୁଦୁପୁର ପୁର୍ନେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି | ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ମୁଦୁପୁର ଗ୍ରାମର ବିଶିଷ୍ଟ କବିରାଜ ଜନନେତା ବୈକୁଣ୍ଠ ନାଥ ନନ୍ଦ ଙ୍କ ଜ୍ୟେଷ୍ଟ ପୁତ୍ର ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ନନ୍ଦ ଙ୍କ ପୁତୁରା ଭାବେ ଜଗତସିଂହପୁର ଜ଼ିଲ୍ଲା ରେ ବେଶ ଜଣାଶୁଣା |ବୈକୁଣ୍ଠ ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ମୁଦୁପୁର ଓ ଦୟାନିଧି ଉପ୍ରା ବିଦ୍ୟାଳୟ ତାଙ୍କ ପିତା ଙ୍କ ଦ୍ୱାରା ପ୍ରତିଷ୍ଠିତ |ମୁଦୁପୁର ପୁର୍ନେଶ୍ୱର ମହାଦେବ ମନ୍ଦିର ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରି ମନ୍ଦିର ଟ୍ରଷ୍ଟ ର ଅଧକ୍ଷ୍ୟ ରୂପେ ସେ କାର୍ଯ୍ୟ କରି ଆସୁଛନ୍ତି | ସେ ମଧ୍ୟ୍ୟ ଏବେ କେନ୍ଦ୍ରୀୟ ହୋମିଓପାଥିକ ପରିଷଦ ଓ କେନ୍ଦ୍ରୀୟ ହୋମିଓ ପାଥିକ ଗବେଷଣାଗାର ପରିଷଦ ଅଧକ୍ଷ୍ୟ ଦାୟିତ୍ୱ ତୁଲାଉଛନ୍ତି | ତାଙ୍କର ନୂତବ ନିଯୁକ୍ତି ଜଗତସିଂହପୁର ଜ଼ିଲ୍ଲା ତଥା ଜନ୍ମ ମାଟି ମୁଦୁପୁର ପାଇଁ ଗୌରବ ଆଣିଥିବାରୁ ମୁଦୁପୁର ପୁର୍ନେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶିକ୍ଷାବିତ ଶରତ ଚନ୍ଦ୍ର ବାରିକ, ସତ୍ୟ ନାରାୟଣ ନାୟକ, ଅକ୍ଷୟ କୁମାର ନାୟକ, କ୍ଷେତ୍ର ମୋହନ ସ୍ୱାଇଁ, ନାରାୟଣ ନାୟକ, ନଗେନ ପଣ୍ଡା, ରବୀନ୍ଦ୍ର ବାରିକ, ବୀରବର ପରିଡା ବରଦା ସ୍ୱାଇଁ, ବାବାଜୀ ଚରଣ ମଲ୍ଲ, ପ୍ରତାପ ବାରିକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ