ପ୍ରଶାସନ ପକ୍ଷପାତ କଲା କେନ୍ଦୁଗୁଡା ଲୋକଙ୍କ ଘର କେବେ ଭାଙ୍ଗିବେ ତହସିଲଦାର : ନୁଆଁ ମାଝୀ
ଚନ୍ଦାହାଣ୍ଡି – ୨୭/୦୬ ଗୋଚର ଜମିରେ ଘର ତୋଳିଛୁ ବୋଲି ଘର ଭାଙ୍ଗି ଦେଲେ , ତାହା ବି ବେନିୟମ ଭାବେ l ଆମକୁ ପକ୍ଷପାତ କରି ନିର୍ବିଚାର ଭାବେ ଘର ଭାଙ୍ଗିବାକୁ ନୋଟିସ ଦେଲେ ତାହା ବି ଅନ୍ୟ ପ୍ଲଟର l ଯେଉଁ ଗୋଚର ଜମି ପ୍ଲଟ ରେ ଲୋକେ ବେନିୟମ ଭାବେ ଘର ତୋଳିଛନ୍ତି ତାଙ୍କୁ ଘଣ୍ଟ ଘୋଡାଇଲେ ତେବେ ଆମପ୍ରତି ଆକ୍ରୋଶ ରଖିଲା ପ୍ରାୟ ଭିନ୍ନ ସରକାରୀ ପ୍ଲଟରେ ନିର୍ମାଣ କରିଥିବା ଘରକୁ ଭାଙ୍ଗିଲେ l ହେଲେ କେନ୍ଦୁଗୁଡା ଗାଁର କିଛି ଲୋକ ନିର୍ମାଣ କରିଥିବା ସ୍କୁଲ ପାଖର ଘର ସବୁ ତହସିଲଦାର କେବେ ଭାଙ୍ଗିବେ ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ଘଣ୍ଟିଗୁଡା ନିବାସୀ ନୁଆଁ ମାଝୀ l
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଏକ ସରକାରୀ ଜାଗାରେ ଘଣ୍ଟିଗୁଡା ଗ୍ରାମର ନୁଆଁ ମାଝୀ ନିଜର ଚାଷ ଜମି ର ରକ୍ଷଣାବେକ୍ଷଣ ପାଇଁ ଏକ ଝାଟି ମାଟିରେ ତିଆରି ଏକ କୁଡ଼ିଆ ଘର ନିର୍ମାଣ କରିଥିଲେ l ନୁଆଁମାଝୀ ଙ୍କ କହିବା ପ୍ରକାରେ ସେ କେନ୍ଦୁଗୁଡା ମୌଜାସ୍ଥିତ ଖାତା ନମ୍ବର ୧୨୮ ର ପ୍ଲଟ ନମ୍ବର ୧୩୨ ରେ କିଛିଦିନ ତଳେ କୁଡ଼ିଆ ଖଣ୍ଡେ ନିର୍ମାଣ କରିଥିଲେ l ଉକ୍ତ ପ୍ଲଟ ଟି ଗୋଚର ଜମି ହେଇଥିଲେ ହେଁ ତାଙ୍କ ବିରୋଧରେ କେନ୍ଦୁଗୁଡା ଗ୍ରାମବାସୀ ସ୍ଥାନୀୟ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ଓ ଅଭିଯୋଗ ମୁତାବକ ତହସିଲଦାର ଉକ୍ତ ଜାଗାର ସର୍ଜମିନ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ l ତେବେ ରାଜସ୍ୱ ନିରୀକ୍ଷକ ଉକ୍ତ ଜାଗାର ତଦନ୍ତ କରି ତହସିଲଦାର ଙ୍କୁ ରିପୋର୍ଟ ଦାଖଲ କରିଥିଲେ l ତେଣେ ଉକ୍ତ କେନ୍ଦୁଗୁଡା ମୌଜାସ୍ଥିତ ଖତିଆନ ନମ୍ବର ୧୨୮ ର ୧୩୨ ରେ ନୁଆଁ ମାଝୀ କୁଡ଼ିଆ ନିର୍ମାଣ କରିଥିଲେ ହେଁ ତାଙ୍କୁ ୧୩୩ ନମ୍ବର ପ୍ଲଟ ରେ ଘର ତିଆରି କରିଥିବା ନେଇ ଜବରଦଖଲ ଉଛେଦ ପାଇଁ ନୋଟିସ ଦିଆଯାଇଥିଲା l ତେବେ ନୁଆଁ ମାଝୀ ମୁଁ ୧୩୩ ନମ୍ବର ପ୍ଲଟ ରେ ଘର କରିନି ମୁଁ ୧୩୨ ନମ୍ବର ପ୍ଲଟ ସରକାରୀ ଜାଗାରେ କୁଡ଼ିଆ କରିଛି କିନ୍ତୁ ୧୩୩ ନମ୍ବର ପ୍ଲଟ ଗୋଚର ଜାଗାରେ କେନ୍ଦୁଗୁଡା ଗାଁର ଅନ୍ୟମାନେ ଘର ତୋଳିଛନ୍ତି ତାଙ୍କର ଘର ଭାଙ୍ଗିବାକୁ କାହିଁକି ନୋଟିସ ଦିଆଗଲା ନାହିଁ ବୋଲି ପ୍ରଶାସନ କୁ ପ୍ରଶ୍ନ କରିଥିଲେ l ତେବେ ନୁଆଁ ମାଝୀ ଙ୍କ ଅଭିଯୋଗ ପ୍ରକାରେ ଗତ ଜୁନ ୧୮ ତାରିଖ ଦିନ ଘର ର କେହି ସଦସ୍ୟ ନଥିଲା ବେଳେ ତାଙ୍କ କୁଡ଼ିଆକୁ ତହସିଲଦାର ସଦଳବଳ ଆସି କୁଡ଼ିଆ କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ କେନ୍ଦୁଗୁଡା ଗାଁର ଅନ୍ୟମାନେ ସ୍କୁଲ ଉପର ସରକାରୀ ଗୋଚର ଜାଗାରେ କରିଥିବା ଘର ଗୁଡ଼ିକ କୁ ପାତର ଅନ୍ତର କରି ଛାଡ଼ି ଦେଇଥିଲେ l ତେବେ ସରକାର ଯଦି ଜବରଦଖଲ ଉଛେଦ କରିବାକୁ ଯାଉଛନ୍ତି ତେବେ ଆମ ର ଉପରେ ନୀତିନିୟମ କୁ କଠୋର କରି ଅନ୍ୟ ମାନଙ୍କ ସ୍ଥଳରେ ଏତେ ନମନୀୟ କାହିଁକି ବୋଲି ପ୍ରଶ୍ନ କରି ଅଛନ୍ତି l
ତେବେ ବର୍ତ୍ତମାନ ନୁଆଁ ମାଝୀ ଏହି କୁଡ଼ିଆ ଭଙ୍ଗା ନେଇ ତହସିଲଦାର ଙ୍କ ବିରୁଦ୍ଧରେ ଖୁବ ଶିଘ୍ର ଜିଲ୍ଲାପାଳ ନବରଙ୍ଗପୁର, ଉପଜିଲ୍ଲାପାଳ ନବରଙ୍ଗପୁର ସମେତ ବହୁ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ ଜଣାଇବି ବୋଲି କହିଛନ୍ତି l ତେବେ ଏନେଇ ଆମ ଗଣମାଧ୍ୟମ ପ୍ରତିନିଧି ଏହାର ସତ୍ୟତା ଉପରେ ଖବର ଅନୁସନ୍ଧାନ ପୂର୍ବକ ଯୋଗାଯୋଗ କରିଥିଲେ ହେଁ ସ୍ଥାନୀୟ ତହସିଲଦାର ଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା l ତେବେ ସରକାରଙ୍କ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ବିଶେଷ ଗୋଚର ସରଂକ୍ଷିତ ଜମିରେ ଘର ତୋଳି ବସବାସ କରିବା ନିୟମ ନଥିବା ବେଳେ ଉକ୍ତ ସରକାରୀ ଗୋଚର ଜମିରେ ଘର ତୋଳିଥିବା ଲୋକଙ୍କ ଘର ଉଛେଦ ପାଇଁ ପ୍ରଶାସନ କିଭଳି ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା l