ଅଭିଯାନ ଆରୋଗ୍ୟ ଶିକ୍ଷା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର, 211 ରୋଗୀ ଉପକୃତ

ଏକଲ ଅଭିଯାନ ଆରୋଗ୍ୟ ଶିକ୍ଷା (ଗତିବିଧି ବିଭାଗ) ଓ ବନବନ୍ଧୁପରିଷଦ ଙ୍କ ସହଯୋଗରେ ଖମାର ବ୍ଲକ ମଗରମୁହାଣ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ହରିଶ ଆନନ୍ଦ ଜୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାନନୀୟ ମନରଞ୍ଜନ ଶତପଥୀ, ପୂର୍ବତନ ଅଂଚଳ ସଭାପତି, ଶ୍ରୀ ହେମନ୍ତ କୁମାର ସାହୁ, ସଂଚ ଉପସଭାପତି ଗଣେଶର ସାହୁ, ଡା. ପ୍ରଫୁଲ ସାହୁ , ସମ୍ଭାଗ ଗତିବିଧି ପ୍ରମୁଖ ରାଜୀବ ପାତ୍ର , ଭାଗ ଗତିଵିଧି ପ୍ରମୁଖ ଶ୍ରୀମତୀ କନକ ଘଡେଇ,ଶ୍ରୀ ମହେଶ୍ୱର ଭୋଇ ଅଞ୍ଚଳ ଅଭିଯାନ ପ୍ରମୁଖ, ଅଂଚଳ ଓ ସଂଚ ସେବାବ୍ରତୀ ଅନଗୁଳ ଅଂଚଳ, ଖମାର ସଂଚ ର ସଂଚ କର୍ଡିନେଟର ଯମୁନା ହାଁସଦା ଓ ସମସ୍ତ ସେବିକା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ l


ଶିବିରରେ ଗ୍ରାମବାସୀମାନଙ୍କୁ ବିଭିନ୍ନ ରୋଗ ସମ୍ପର୍କରେ ସଚେତନ କରାଯାଇଥିଲା। ଡ଼କ୍ଟର . ହରିଶ ଆନନ୍ଦ ଓ ଡ଼କ୍ଟର . ପ୍ରଫୁଲ୍ଲ ସାହୁ ଦୈନନ୍ଦିନ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ସଠିକ ଖାଦ୍ୟାଭ୍ୟାସ ଓ ସ୍ୱାସ୍ଥ୍ୟକର ଜୀବନଶୈଳୀ ବିଷୟରେ ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ।ମାନନୀୟ ମନରଞ୍ଜନ ଶତପଥି IBD ସଭାପତି ଖମାର ଓ ସଂଚ ପ୍ରାଥମିକ ଶିକ୍ଷା ପ୍ରଭାରୀ ମାନନୀୟ ନଭେସ କୁମାର ଦାସ କହିଥିଲେ ଯେ, ଏକଲ ଅଭିଯାନ ଆରୋଗ୍ୟ ଶିକ୍ଷା ଏକ ସେବାମୂଳକ କାର୍ଯ୍ୟ କରୁଛି, ଯାହା ଦୂରଦୂରାନ୍ତର ବନବାସୀ ଗ୍ରାମମାନଙ୍କ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ବଡ଼ ଭୂମିକା ନେଉଛି।

ଏହି ଶିବିରରେ ବିପି, ସୁଗାର, ହିମଗ୍ଲୋବିନ ଆଦିର ପରୀକ୍ଷା କରାଯାଇଥିଲା ଏବଂ ଆଣ୍ଠୁ, ଗଣ୍ଠି, ବାତ, ରକ୍ତ ହୀନତା ରୋଗୀ ଙ୍କୁ ଚି଼ହ୍ନଟ କରି ଆବଶ୍ୟକତାଅ ନୁସାରେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ମୋଟ 211ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା।
ଗ୍ରାମବାସୀମାନେ ଏପରି ଶିବିର ଆଗାମୀ ଦିନରେ ମଧ୍ୟ ଆୟୋଜନ ହେଉ ବୋଲି ଆଶା ପ୍ରକାଶ କରିଥିଲେ। ଶେଷରେ ସଂଚ ସମିତି ସଦସ୍ୟ ନଭେଶ ଦାସ ଆୟୋଜକ ମାନଙ୍କୁ ଏହି ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଯାଇଥିଲା।