Browsing Category

ଆଜିର ଖବର

କର୍ତ୍ତବ୍ୟରେ ଅବହେଳା, ୩ ବନ କର୍ମଚାରୀ ସସପେଣ୍ଡ

କେନ୍ଦୁଝର ଜଙ୍ଗଲର ନିଆଁ ସାରା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି । ଜିଲ୍ଲାର ମୋଟ ୪୫୨ଟି ସ୍ଥାନର ୫୬୦୪ ହେକ୍ଟର ଅଞ୍ଚଳରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କରିବାରେ ବନବିଭାଗ ଅସମର୍ଥ ହୋଇଥିବାବେଳେ ଏଥିପାଇଁ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ଦାୟୀ ବୋଲି ବନବିଭାଗ ସ୍ୱୀକାର କରିଛି

ପ୍ରତି ଜିଲ୍ଲାରେ ହେବ ପୁସ୍ତକ ମହୋତ୍ସବ

ପ୍ରତି ଜିଲ୍ଲାରେ ହେବ ଜିଲ୍ଲା ସ୍ତରୀୟ ପୁସ୍ତକ ମହୋତ୍ସବ । ଏଥିପାଇଁ ପ୍ରତି ଜିଲ୍ଲାକୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ।ପୂର୍ବ ନିଷ୍ପତ୍ତି କ୍ରମେ ଚଳିତ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ କରିବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିଷ୍ପତ୍ତି ନେଇଛି । ବଜେଟ୍‌ରେ ପୁସ୍ତକ

ଏକତା ସୂତ୍ରରେ ଯୋଡି ରଖେ ମହୋତ୍ସବ, ସମ୍ବଲପୁରୀ, ଦୁଲୁଦୁଲି, ଓଡିଶୀ, ଘୁମୁରା ନୃତ୍ୟ ସହ ଲିପ୍ସା ମହାପାତ୍ର ଙ୍କ…

କୋଣାର୍କ:- 11/03/2026ପୁରାଣରେ ବର୍ଣ୍ଣିତ ଅଛି "ଦୋଳେଚ ଦୋଳ ଗୋବିନ୍ଦ, ଚାପେଚ ମଧୁସୂଦନ, ରଥେ ତୁ ବାମନ ଦୃଷ୍ଟା, ପୁନଃ ଜନ୍ମ ନ ବିଦ୍ୟତେ "।ମହୋତ୍ସବ ସେହି ଅଞ୍ଚଳକୁ ଏକତା ସୂତ୍ରରେ ଯୋଡି ରଖେ। ଭାଇଚାରାକୁ ବଢାଏ। ଅଞ୍ଚଳର ବଣ ମଲ୍ଲୀକୁ ପ୍ରସ୍ଫୁଟିତ କରାଇବାରେ ସହଯୋଗ କରେ ବୋଲି ମୁଖ୍ୟ

ରାଜ୍ୟରେ ତାପମାତ୍ରା ବୃଦ୍ଧି! ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା

ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ପାଇନାହିଁ ।ସେପଟେ ଦକ୍ଷିଣ ଝାଡ଼ଖଣ୍ଡ

ବାଂଲାଦେଶରେ ନିର୍ଯାତିତା ଓଡ଼ିଆ ଝିଅ

ପୁରୀରୁ ଯାଇ ବାଂଲାଦେଶରେ ଫସିଛନ୍ତି ୨୧ ବର୍ଷର ଆରବୀ । ବାଂଲାଦେଶରେ ଇସଲାମ୍ ଧର୍ମ ଗ୍ରହଣ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିବା ଆରବୀ ଫୋନ୍ ଯୋଗେ ମାଆ ଅଞ୍ଜଳି ପରିଡ଼ାଙ୍କୁ କହିଛନ୍ତି । ଇସଲାମ୍ ଧର୍ମ ଗ୍ରହଣ ନ କଲେ ଝିଅକୁ ମାରିଦେବେ, ଶୀଘ୍ର ଉଦ୍ଧାର ପାଇଁ ପୁରୀ ଏସ୍‌ପିଙ୍କ ନିକଟରେ ଗୁହାରି

ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ : ମୁଖ୍ୟ ଶାସନ ସଚିବ

ରାଜ୍ୟରେ ଯଥେଷ୍ଟ ପରିମାଣରେ ରନ୍ଧନ ଗ୍ୟାସ ଉପଲବ୍ଧ ରହିଛି। ଜନସାଧାରଣଙ୍କୁ ଏଥି ନେଇ ବିଶେଷ ଚିନ୍ତିତ ନ ହେବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲର ଉପଲବ୍ଧତା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବାଇଶିପଲ୍ଲୀ ଗୋ ଅଭୟlରଣ୍ୟ ପାଈଁ ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ଦାଵୀପତ୍ର

ଗଣିଆ -(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକର ଆଦିବାସୀ ଅଞ୍ଚଳ ରୂପେ ବଡସିଲିଙ୍ଗା ପଞ୍ଚାୟତ ତଥା ବାଇଶିପଲ୍ଲୀ ବିକାଶ ପରିଷଦ ପକ୍ଷରୁ ସାତକୋଶିଆ ଅଭୟାରଣ୍ୟକୁ 'ଗୋ-ଅଭୟାରଣ୍ୟ' ଭାବେ ଘୋଷଣା କରିବା ପାଇଁ ମଙ୍ଗଳବାର ଦିନ ଗଣିଆ ତହସିଲଦାର ଐଶ୍ୱର୍ଯ୍ୟl ପୃସେଠଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l

ବିଶିଷ୍ଟ ସମାଜ ସେବୀଙ୍କ ପରଲୋକ , ଅଞ୍ଚଳରେ ଶୋକରଛୟା

ଗଣିଆ, ( ବିଶ୍ୱରଂଜନ ସେଠି): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅଧିନସ୍ଥ ଆଡ଼କଟା ଗ୍ରାମର ଜଣେ ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ କାଶୀନାଥ ବାରିକି ବେଶ୍ ଜଣାଶୁଣା ଥିଲେ। ଶ୍ୱାସ ରୋଗରେ ପୀଡିତ ଅବସ୍ଥାରେ ଚିକିତ୍ସା ପାଈଁ ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ପ୍ରାଣ ତ୍ୟାଗ

କାଠଯୋଡି ନଦୀ ପଠାରେ ଭୟଙ୍କର ଶବ୍ଦ, ଲୋକେ ଛାନିଆଁ

କଟକ କାଠଯୋଡି ନଦୀରେ ବିସ୍ଫୋରଣ। ଗୋପାଳପୁର ନିକଟ ନଦୀ ପଠାରେ ପୋଲିସ ଜବତ କରିଥିବା ବାଣ ନଷ୍ଟ କରିବା ସମୟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ହଠାତ୍ ଜୋର୍ ରେ ଶବ୍ଦ ହେବାରୁ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଥିଲେ। ଏହାପରେ ଲୋକମାନେ ଘରୁ ବାହାରି ନଦୀପଠା ନିକଟକୁ ଯାଇଥିଲେ । ତେବେ ପୋଲିସ

ରାଜ୍ୟରେ ବର୍ଷକରେ ବଢ଼ିଲେ ୨୨ ହଜାର ପ୍ରବାସୀ ଶ୍ରମିକ

ରାଜ୍ୟରେ ବଢ଼ୁଛି ଦାଦାନ ଶ୍ରମିକଙ୍କ ସଂଖ୍ୟା । ରାଜ୍ୟ ବାହାରଙ୍କୁ ଯାଇ କାମ କରୁଥିବା ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଏହି ସଂଖ୍ୟା ୨୨ ହଜାର ପର୍ଯ୍ୟନ୍ତ ବଢ଼ିଛି ।୨୦୨୪ରେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଓଡ଼ିଆ ଦାଦନ ଶ୍ରମିକ ସଂଖ୍ୟା ୭୦,୧୪୨ ଥିଲା । ୨୦୨୫ରେ

ଏହି ଦିନ ମିଳିବ PM କିଷାନର ୨୨ତମ କିସ୍ତି

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୩ ତାରିଖରେ ଆସାମ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସେ ଚାଷୀଙ୍କ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ତମ କିସ୍ତି ପଠାଇବେ । କାର୍ଯ୍ୟକ୍ରମର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ କୋକ୍ରାଝାର ଗସ୍ତ କରିବେ ଏବଂ ତା'ପରେ ଗୌହାଟୀରେ ଅନେକ

ରାଜ୍ୟରେ ପଞ୍ଚାୟତ ଉପନିର୍ବାଚନ ହେବ

ବିଧାନସଭାରେ ପାନୀୟ ଜଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି ।ପ୍ରଶ୍ନକାଳ ଆଲୋଚନା ବେଳେ ପଞ୍ଚାୟତ ରାଜ ମନ୍ତ୍ରୀ ଉତ୍ତର ରଖିଛନ୍ତି | ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି। ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ