CMOରୁ ଫାଇଲ ଚୋରି ଘଟଣା; ଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟିର ନୋଟିସ
ସିଏମଓ ଫାଇଲ ଚୋରି ମାମଲାରେ ବଡ ତନାଘନା ଆରମ୍ଭ ହୋଇଛି । ଆଜି (ଗୁରୁବାର) ଏହି ମାମଲାରେ ପୁଣି କମିଶନରେଟ୍ ପୋଲିସ ନୋଟିସ୍ ଜାରି କରିଛି । ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ର ନାଥ ବେହେରାଙ୍କୁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍ କରାଯାଇଛି । ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଜୋନ୍-୧ ଏସିପିଙ୍କ ନିକଟରେରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ୨୫ ତାରିଖରେ ହାଜର ହେବା ପାଇଁ ନୋଟିସ ଦିଆଯାଇଛି । ସୂଚନାଥାଉକି, ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ଏବଂ ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପୁନରାବୃତ୍ତି ହୋଇଛି । ଉକ୍ତ ଦୁଇଟି ଫାଇଲ ସିଏମଓରୁ ଗାଏବ ହୋଇଯାଇଛି । ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବଡ କଥା ହେଉଛି, ଦୁଇ ଦୁଇଟି ତଦନ୍ତ କମିସନଙ୍କ ଫାଇଲ ଗାଏବ ହୋଇଛି ନା ଆଉ କିଛି ଫାଇଲ ଗାଏବ ହୋଇଛି ତାହାକୁ ନେଇ ତଦନ୍ତ ପ୍ରକ୍ରିୟା ବେଶ ଜୋରଦାର ଚାଲିଛି ।