ହୃଦ୍ଘାତରେ ଅଭିନେତ୍ରୀ ପ୍ରିୟାଙ୍କ ମୃତ୍ୟୁ
ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ସବୁଠାରୁ ଦୁଃଖର ବିଷୟ, ମୃତ୍ୟୁ ସମୟରେ ସେ ୮ ମାସର ଗର୍ଭବତୀ ଥିଲେ।ରିପୋର୍ଟ ଅନୁସାରେ ସେ ଗର୍ଭବତୀ ଥିବାରୁ ନିୟମିତ ଭାବେ ଡାକ୍ତରଙ୍କ ଦ୍ୱାରା ଚେକ୍ଅପ୍ କରୁଥିଲେ। ହେଲେ ମଙ୍ଗଳବାର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଏହି ସମୟରେ ଚକିତ ହୋଇଯାଇଛନ୍ତି।
ଅଭିନେତା କିଶୋର ଏହି ସୂଚନା ଦେଇଛନ୍ତି।ସେ ସୋସିଆଲ ମିଡିଆରେ ପ୍ରିୟଙ୍କାଙ୍କ ଫଟୋ ଶେୟାର କରି ଅଭିନେତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଲେଖିଛନ୍ତି, ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ହାର୍ଟଆଟାକ୍ ଯୋଗୁ ଡା. ପ୍ରିୟାଙ୍କର ମୃତ୍ୟୁ ହୋଇଛି।ସେପଟେ ଝିଅର ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ମାଆ। ଶେଷ ସମୟରେ ପ୍ରିୟାଙ୍କ ସହ ତାଙ୍କ ସ୍ୱାମୀ ଥିଲେ। ଡକ୍ଟର ପ୍ରିୟା କାରୁଥାମୁଠୁରେ ଅଭିନୟ କରି ଖୁବ୍ ଲୋକପ୍ରିୟା ହୋଇପାରିଥିଲେ।
