SBI ବ୍ୟାଙ୍କ ୬ ଦିନ ପାଇଁ ବନ୍ଦ ରହିବ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୨୩ ମେ’ ୨୦୨୬ରୁ ବ୍ୟାଙ୍କ ଶାଖାଗୁଡ଼ିକ ଛଅ ଦିନ ପାଇଁ ବନ୍ଦ ରହିବ ଏବଂ ଏହି ବନ୍ଦ ଦେଶବ୍ୟାପୀ ହୋଇପାରେ। ତେବେ ବ୍ୟାଙ୍କ ବନ୍ଦ ରହିଲେ ବି ଅନଲାଇନ କାମ ଜାରି ରହିବ। ଯାହା ମାଧ୍ୟମରେ ଆପଣ ନେଟ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଅନ୍ୟ ସେବା ଗୁଡ଼ିକ ମଧ୍ୟ ଉପଯୋଗ କରିପାରିବେ। କିନ୍ତୁ ଯଦି ଆପଣ ଏସିବଆଇ ବ୍ରାଞ୍ଚକୁ ଯାଇକି କାମ ପୁରା କରିବାର ଅଛି ତେବେ ୨୩ ମେ’ ପୂର୍ବରୁ ଯାଇ ସବୁ କାମ ସାରିବା ଉଚିତ।ଛଅ ଦିନ ପାଇଁ ବ୍ୟାଙ୍କ ବନ୍ଦ ହେବାର କାରଣ ହେଉଛି ସପ୍ତାହାନ୍ତ, ପ୍ରସ୍ତାବିତ ଦୁଇ ଦିନିଆ ଧର୍ମଘଟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଇଦ-ଉଲ-ଅଜହା ପାଇଁ ଦୁଇଦିନିଆ ଛୁଟି ରହିଛି। RBI ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଜାମ୍ମୁ ଏବଂ କାଶ୍ମୀରରେ ବ୍ୟାଙ୍କଗୁଡ଼ିକ ବକ୍ରୀଦ୍ ଉପଲକ୍ଷେ ଦୁଇ ଦିନ (୨୭ ଏବଂ ୨୮ ମଇ) ବନ୍ଦ ରହିବ। ମେ ୨୩ ତାରିଖ ହେଉଛି ମାସର ଚତୁର୍ଥ ଶନିବାର, ତେଣୁ ସେହି ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ମେ ୨୪ ତାରିଖ ରବିବାର ଦିନ ସମସ୍ତ SBI ବ୍ୟାଙ୍କ ବନ୍ଦ ରହିବ, ଯାହା ଫଳରେ ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ।