ଗ୍ଲାମ ଇଣ୍ଡିଆ ରେ ଚମକିଲେ କଳାହାଣ୍ଡି ଝିଅ ଅନ୍ୱେଷା ମିଶ୍ର*
* କଳାହାଣ୍ଡି ଝିଅ ଅନ୍ୱେଷା ମିଶ୍ର (୧୩) ସମ୍ମାନ ଜନକ ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପ୍ରଟିନ ବର୍ଗ ରେ ଅନ୍ୱେଷା ଦ୍ୱିତୀୟ ରନର୍ସ ଅପ ହବା ସହ ଟେଲେଣ୍ଟ କ୍ରାଫ୍ଟ ହାସଲ କରି ଚମକି ଛନ୍ତି। ଭୁବନେଶ୍ୱର ଏଚ. ଏଚ. ଆଇ ହୋଟେଲ ରେ ଅନୁଷ୍ଠିତ ଚଳିତ ବର୍ଷ ର ଗ୍ଲାମ ଇଣ୍ଡିଆ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟନା ରାଉତରାୟ ଓ ଜ୍ୟୋତି ରାଉତରାୟ ଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ରେ ଅନ୍ତର୍ଜାତୀୟ ଫେସନ କୋଚ ଲିୟନ ପ୍ରିନ୍ସ, ପୂର୍ବତନ ମିସ ଓଡିଶା ଦିଗଦର୍ଶିନୀ ମିଶ୍ର, ଫେମିନା ମିସ ଓଡିଶା ଫେମ ମିସ କେ. ଆର ସନ୍ତୋଷିନୀ,ପ୍ରଖ୍ୟାତ ଡିଜାଇନର ଜିତ ଜଗଜିତ ପ୍ରମୁଖ ଜୁରୀ ଭାବେ ଯୋଗ ଦେଇଥିଲେ। ସେହିପରି ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଶିବାନୀ ସଂଗୀତା ଏବଂ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭବାନୀପାଟଣା ଟିପିଡବ୍ଲୁଓଡିଏଲ ର ବରିଷ୍ଠ ଅଧିକାରୀ ମନୋଜ ମିଶ୍ର ଏବଂ ଅନିତା ଦାଶ ଙ୍କ ଝିଅ ଅନ୍ୱେଷା ମିଶ୍ର ଏହା ପୂର୍ବ ରୁ ଅନେକ ଫେସନ ସୋ ରେ କୃତିତ୍ୱ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଅନ୍ୱେଷା ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାର ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ।