ବିପଦରେ ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଡ଼ି ଖୁଆଇଥିବା ଦୋକାନୀ!

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝାଲମୁଢୀ ଦେଇଥିବା ବ୍ୟକ୍ତିଙ୍କୁ ଏବେ ପାକିସ୍ତାନ ଏବଂ ବାଂଲାଦେଶରୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରାତାରାତି ପ୍ରସିଦ୍ଧି ପାଇଥିବା ଏହି ଦୋକାନୀ ଏବଂ ତାଙ୍କ ପରିବାର ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ଏହି ଘଟଣା ବିକ୍ରମ ସାହୁ ଏବଂ ତାଙ୍କ ପରିବାରକୁ ଚିନ୍ତାରେ ପକାଇଛି। ପୁଲିସ ପ୍ରଶାସନକୁ ଏ ବିଷୟରେ ପୂର୍ବରୁ ଅବଗତ କରାଯାଇଛି । ଅଭିଯୋଗ ପରେ, ପୁଲିସ ତଦନ୍ତ ଆରମ୍ଭ କରିଛି ।ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏପ୍ରିଲ୍ ୧୯ ତାରିଖରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଗ୍ରାମରେ ସଭା ସାରି ଫେରିବା ବେଳେ ରାସ୍ତା କଡ଼ରୁ ବିକ୍ରମ ସାଉଙ୍କ ଦୋକାନରୁ ଝାଲମୁଡ଼ି ଖାଇଥିଲେ। ପ୍ରଧାନମନ୍ତ୍ରୀ ଏହାର ଫଟୋ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ। ଏହାକୁ ନେଇ ବିଜେପି ଏବଂ ଟିଏମସି ମଧ୍ୟରେ ବଡ଼ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଥିଲା। କିନ୍ତୁ ଏହି ପ୍ରସିଦ୍ଧି ଏବେ ବିକ୍ରମଙ୍କ ପାଇଁ କାଳ ସାଜିଛି।