ବାପୁନ ବେହେରା ପାଇଲେ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବଗାନ୍ଧୀ ସମ୍ମାନ
ଗଣିଆ (ବିଶ୍ୱରଂଜନ ସେଠି ) ଗଣିଆ ବ୍ଳକସ୍ଥିତ ଆଡ଼କଟା ପଂଚାୟତର ଜଗନ୍ନାଥପ୍ରସାଦ ଗ୍ରାମର ବାପୁନ ବେହେରାଙ୍କୁ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବଗାନ୍ଧୀ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତି ଅବସରରେ ଜୟଦେବ ଭବନଠାରେ ଆୟୋଜିତ ସମାରୋହରେ ଜାତୀୟ ସେବା ଯୋଜନା (ଏନଏସଏସ) ତରଫରୁ ପୁରସ୍କୃତ କରାଯାଇଥିଲା । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ୩୨ଜଣ ଯୋଗ୍ୟ ବିବେଚିତ ସ୍ୱେଚ୍ଚାସେବୀ ମଧ୍ୟରୁ ନୟାଗଡ଼ ଜିଲାର ୩ଜଣଙ୍କ ମଧ୍ୟରେ ଗଣିଆ ବ୍ଳକରୁ ବାପୁନ ବେହେରା ଏହି ପୁରସ୍କାର ପାଇଚନ୍ତି । ବାପୁନ ଜଣେ ମେଧାବୀ ଛାତ୍ର ସହିତ ସ୍ୱେଚ୍ଛାସେବୀ ଓ ସମାଜସେବୀ ହିସାବରେ ସ୍ଥାନୀୟ ଅଂଚଳର ଲୋକଙ୍କ ସେବା କରିବାରେ ତାଙ୍କର ଅନନ୍ୟ ପ୍ରତିଭାନେଇ ବେଶ ପରିଚିତ । ତାଙ୍କର ଏହି ସଫଳତାରେ ବନମାଳୀ ବାରିକି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡାଙ୍କ ସମେତ ଜାତୀୟ ସେବା ଯୋଜନା ଅଧିକାରୀ କଅତଜ୍ଞତା ଜ୍ଞାପନ କରିଛନ୍ତି ।