ବିଶ୍ୱ ବିଦ୍ୟାଳୟରେ ବେଆଇନ ନିଯୁକ୍ତି ନେଇ ତାଗିଦ। ସମସ୍ତ କୁଳପତିଙ୍କୁ ଚିଠି

ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠପଢ଼ା କାର୍ଯ୍ୟକୁ ବାଧାମୁକ୍ତ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅନ୍ୟପଟେ ସରକାରୀ ବିଶ୍ୱ ବିଦ୍ୟାଳୟ ରେ ବେଆଇ ନିଯୁକ୍ତି ନେଇ ତାଗିଦ କରିବା ସହ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛି ଉଚ୍ଚ ଶିକ୍ଷା ବିଭାଗ । ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ନେଇ ଚେତାବନୀ ଦିଆଯାଇଛି । ଉଚ୍ଚ ଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ଏହା ଦ୍ୱାରା ସରକାର ଓ ବିଶ୍ୱିବିଦ୍ୟାଳୟ ଉପରେ ଆର୍ଥିକ ବୋଝ ପଡୁଛି । ବ୍ୟାକ ଡୋର ଏଣ୍ଟ୍ରିକୁ ସରକାର ବରଦାସ୍ତ କରିବେ ନାହିଁ । ନିୟମିତ କରିବା ନେଇ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ । ଏପରି ନିଯୁକ୍ତିର ଆର୍ଥିକ ବୋଝ ସମ୍ପୃକ୍ତ ବିଶ୍ୱ ବିଦ୍ୟାଳୟ ବହନ କରିବ । ଯେଉଁ ଅଧିକାରୀ ବେଆଇନ ନିଯୁକ୍ତି ଦେଇଥିବେ କାର୍ଯ୍ୟାନୁଷ୍ଠାନ ହେବ ।