୩ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ପାଇବେ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର।
ନୟାଗଡ଼ -(ବିଶ୍ୱରଂଜନ ସେଠି )ନୟାଗଡ ଜିଲ୍ଲାର ୩ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ମିଳିବ ରାଜ୍ୟସ୍ତରୀୟ ଭାରତ ରତ୍ନ ରାଜୀବ ଗାନ୍ଧୀ ପୁରସ୍କାର-୨୦୨୬। ଆଜି ୩୫ତମ ପୂନ୍ୟତିଥି ଅବସର ରେ ଭାରତରନ୍ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଜାତୀୟସେବାଯୋଜନା(ଏନ୍ଏସ୍ଏସ୍) ପକ୍ଷରୁ ଏହିପୁରସ୍କାର ଦିଆଯିବ । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ଯୋଗ୍ୟ ବିବେଚିତ ୩୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ସାହୁ ଓ ସରଣକୁଳ ମହାବିଦ୍ୟାଳୟ ର ଛାତ୍ର ମିଥୁନ ସାହୁ ,ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର,ଆଡ଼କଟା ର ଛାତ୍ର ବାପୁନୁ ବେହେରାଙ୍କ ନାଁ ରହିଛି । ୩ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଏନ୍ଏସ୍ଏସ୍ ର ପ୍ରୋଗ୍ରାମ ଅଫିସରଙ୍କ ସମେତ ସମସ୍ତେ ୩ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।