ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍, ପୁଲିସର ରେଡ୍ ବେଳେ ୫ ଦେହଜୀବୀ ଉଦ୍ଧାର

ଜଟଣୀ ରାମଚନ୍ଦ୍ରପୁର ବଜାର ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ୍ ଠାବ ହୋଇଛି । ଜଟଣୀ ଥାନା ପୁଲିସ ସେଠାରୁ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି। ରାକେଟ୍‌ର କିଙ୍ଗପିନ୍ ସାଜିଥିବା ଜଣେ ବୃଦ୍ଧାଙ୍କ ସମେତ ୪ ଗ୍ରାହକଙ୍କୁ ପୁଲିସ ଗିରଫ କରିଛି ।ସୂଚନା ମୁତାବକ, କିଙ୍ଗପିନ୍ ଜଣକ ଉକ୍ତ ଘରେ ଦୀର୍ଘ ଦିନ ଧରି ଭଡ଼ାସୂତ୍ରରେ ରହୁଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଜବରଦସ୍ତି ଏହି ଘରେ ରହି ଦେହ ବେପାର କରିବାକୁ ବାଧ୍ୟ କରୁଥିଲେ । ସ୍ଥାନୀୟ ବାସିନ୍ଦା ଦେହ ବେପାର ଚାଲୁଥିବାର ସନ୍ଦେହ କରିବା ସହ ବିରୋଧ କରୁଥିଲେ । କିନ୍ତୁ ସେଠାରେ ଯୁବତୀମାନଙ୍କୁ ଧନ୍ଧାମୂଳକ ଶିକ୍ଷା ଦିଆଯାଉଥିବା ଦର୍ଶାଇ କିଙ୍ଗପିନ୍ ଖସିଯାଉଥିଲେ ।  କିନ୍ତୁ ରାତିରେ ଚାଲୁଥିଲା ଦେହ ବ୍ୟବସାୟ। ଗ୍ରାହକ ଆସୁଥିଲେ ଆଉ କିଛି ଘଣ୍ଟା ରହି ଚାଲିଯାଉଥିଲେ। ତେବେ ପୁଲିସ ଏହି ଖବର ପାଇ ଗତ ରାତିରେ ରାତି ୮ଟା ବେଳେ ଅଚାନକ୍ ଚଢ଼ାଉ କରିଥିଲା ।ଚଢ଼ାଉ ବେଳେ ଦେହଜୀବୀ ଓ ଗ୍ରାହକମାନେ ଅସଞ୍ଜତ ଅବସ୍ଥାରେ ଥିବା ପୁଲିସ ଦେଖିଥିଲା । ଉକ୍ତ ଘରୁ ପୁଲିସ ଏକାଧିକ ଗାଡି଼, ମୋବାଇଲ, ଟଙ୍କା ସହ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଗ୍ରାହକମାନେ ଜଟଣୀ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଦେହଜୀବୀମାନଙ୍କୁ ପୁଲିସ ସର୍ଟ ଷ୍ଟେ ହୋମରେ ଛାଡ଼ିଛି । କିଙ୍ଗପିନ୍ ସମେତ ଗ୍ରାହକଙ୍କୁ ପୁଲିସ ଆଜି କୋର୍ଟଚାଲାଣ କରିବ ।