ଅବ୍ୟବସ୍ଥାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭିପୁରସ୍କାର ନନେଇ ଚାଲିଗଲେ ଛାତ୍ରଛାତ୍ରୀ
ଗଣିଆ,( ବିଶ୍ୱରଞ୍ଜନ୍ ସେଠି) ବିଦ୍ୟାଳୟରେ ଶିଶୁମାନଙ୍କ ମଧ୍ୟରେ ପାଠପଢା ବ୍ୟତୀତ ନୃତ୍ୟ,ଗୀତ,ସଂଗୀତ ଓ ଚିତ୍ରାଙ୍କନ ,ସାଧାରଣଜ୍ଞାନ ଓ ପତ୍ରଲିଖନ ପ୍ରତିଯୋଗିତା କରାଯାଇ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗଣିଆ ବ୍ଲକର ୬ଟି କ୍ଲଷ୍ଟରରେ ବୁଧବାର କ୍ଲଷ୍ଟରସ୍ତରୀୟ ସ୍ରୁରଭୀ କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗଣିଆ କିଶୋର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଗଣିଆ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ୧୦ଟି ବିଦ୍ୟାଳୟର ପ୍ରାୟ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ଏଥିରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ରାଉତରାୟ ଅଫିସ କାର୍ଯ୍ୟରେ ନୟାଗଡ଼ ଯାଇଥିବାବେଳେ ସିଆରସିସି ରାଧା ମୋହନ ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । କିନ୍ତୁ କାର୍ଯ୍ୟକ୍ରମରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ପିଲାମାନେ ନୃତ୍ୟ, ଗୀତ ବକ୍ତୃତା, କୁଇଜ, ସଙ୍ଗୀତ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଓ ପତ୍ରଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ କରାଯାଇଥିବା ମୁଲ୍ୟାଙ୍କନ ଠିକଭାବେ କରାଯାଇନଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ଏପରିକି ଢୋ ଢୋ ଖରାରେ ଦିନ ତମାମ ପିଲାମାନଙ୍କୁ ତଳେ ବସି ରହିବାକୁ ପଡ଼ିଥିଲା । ଦିନ ୧୦ଘଟିକାରୁ ଅପରାହ୍ନ ୪ଘଟିକା ମଧ୍ୟରେ କାର୍ଯ୍ୟକ୍ରମ ସାରିବାକୁ ଥିବାବେଳେ ସନ୍ଧ୍ୟା ଘ.୫.୩୦ମି ପର୍ଯ୍ୟନ୍ତ ପିଲାଙ୍କୁ ରଖିଥିଲେ । ସଭାସ୍ଥଳରେ ମୁଖ୍ୟ ଅତିଥିଭାବେ ଗଣିଆ ପଂଚାୟତର ସରପଂଚ ଗିରିଧାରୀ ସେଠୀ ଓ ସମ୍ମାନିତ ଅତିଥିଭାବେ ସମିତିସଭ୍ୟ ଫକୀର ମୋହନ ଡାକୁଆ ମଂଚରେ ଉପସ୍ଥିତ ବେଳକୁ ମଂଚ ତଳେ ହାତ ଗଣତି କିଛି ଛାତ୍ରଛାତ୍ରୀ ରହିଥିଲେ । ଏପରିକି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଛାଡ଼ିଦେଲେ ପ୍ରାୟ ଅଳ୍ପକିଛି ପିଲା ମଂଚ ତଳେ ବସିରହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅର୍ନ୍ତନିର୍ହିତ ଗୁଣାବଳୀର ବିକାଶ କରିବା ପାଇଁ ଶିକ୍ଷା ବିଭାଗର ଏଭଳି ପ୍ରୟାସ କରିବା ପରିବର୍ତେ ପ୍ରସାର ପ୍ରଚାର ଯୋଗୁଁ ଛାତ୍ରଛାତ୍ରୀମାନେ ଏହାର ଲାଭ ପାଇ ପାରୁନାହାଁନ୍ତି । ଏପରିକି ପ୍ରତିଯୋଗିତାରେ କାତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବିଳମ୍ବ ହେବାରୁ ସଭାମଂଚ ଛାଡ଼ି ପୁରସ୍କାର ନନେଇ ଘରକୁ ପଳାଇଥିଲେ । ତେବେ ସିଆରସିସି ରାଧା ମୋହନ ନାୟକଙ୍କ ଏଭଳି ମନମୁଖୀ କାର୍ଯ୍ୟପାଇଁ ଶିକ୍ଷକ ଓ ଅଭିଭାବକ ମହଲରେ ନିନ୍ଦା କରାଯାଇଛି । ଏ ସଂମ୍ପର୍କରେ ବ୍ଳକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ରାଉତରାୟଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ଏକ ଟ୍ରେନିଂ କାର୍ଯ୍ୟକ୍ରମରେ ଆସିଥିବାବେଳେ ସିଆରସିସି ଦାୟିତ୍ୱରେ ଥିବା ରାଧା ମୋହନଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଯଦିଓ ଏହି କାର୍ଯ୍ୟକ୍ରମରେ କିଛି ବ୍ୟତିକ୍ରମ ହୋଇଥାଏ ତେବେ ସଂପୃକ୍ତ ସିଆରସିସିଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ।
