ସବୁ ସୀମା ଟପିଗଲେ। ନିଜ ଜିଦ୍ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ
ସବୁ ସୀମା ଟପିଗଲେ। ନିଜ ଜିଦ୍ ପାଇଁ ମହାପ୍ରଭୁଙ୍କ ଚାପ ବି ଅଟକାଇ ଦେଲେ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିଲା ନାହିଁ।ସେବାୟତଙ୍କ ବିବାଦ ଯୋଗୁଁ ଚାପ ନ ଖେଳି ବାହୁଡ଼ିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ । ଶ୍ରଦ୍ଧାଳୁ ନିରାଶ । ସିଂହାରୀ ଓ ସୁଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ ରହିଛି ମହାପ୍ରଭୁଙ୍କ ଚାପ ଖେଳ। ଚାପ ରେ କେତେ ସଂଖ୍ୟକ ସେବକ ରହିବେ,ତାକୁ ନେଇ ହୋଇଥିଲା ବିବାଦ। ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର ।ରେକର୍ଡ ଅଫ ରାଇଟ୍ରେ କେଉଁ ଡଙ୍ଗାରେ କେତେ ସେବକ ରହିବେ ସେ ସମ୍ପର୍କରେ ଉଲ୍ଲେଖ ଥିଲେ ହେଁ କେହି ଏହାକୁ ମାନୁନାହାନ୍ତି। ତେବେ ନିଜ ଜିଦ୍ ଯୋଗୁଁ ମହାପ୍ରଭୁଙ୍କ ନୀତି ଅଟକାଇ ଦେଇଥିବାରୁ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ନେଇ ଆଜି ବୈଠକ କରିବେ ବୋଲି କହିଛନ୍ତି।