କନ୍ଧମାଳ ସାଂସଦଙ୍କ ଦ୍ୱାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଗଣିଆ,-(ବିଶ୍ୱରଂଜନ ସେଠି): ଗଣିଆବ୍ଲକସ୍ଥିତକିଶୋର ପ୍ରସାଦପଞ୍ଚାୟତର କିଶୋରପ୍ରସାଦ ବିଶ୍ଵନାଥମନ୍ଦିରରପୂଜାମଣ୍ଡପକାର୍ଯ୍ୟସମୀକ୍ଷା କରିବା ସହିତ ଏହି ପ୍ରକଳ୍ପ ପାଖରେ ବସଷ୍ଟାଣ୍ଡଠାରେ ଏକ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ।ଏଠାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁଅଞ୍ଚଳବାସୀଦାବିକରିଥିଲେ। ସାଂସଦଙ୍କ ନିଜସ୍ୱ ପାଣ୍ଠିରୁ
ଏହି ପ୍ରକଳ୍ପ ନିର୍ମାଣ ହୋଇଥ‌ିବା ବେଳେ ଉଦଘାଟିତ ମଧ୍ୟ ହୋଇଛି। ସାଂସଦ ଶ୍ରୀଯୁକ୍ତ ପାଣିଗ୍ରାହୀ ଫିତାକାଟି ଉଦଘାଟନ କରିଥିଲେ |

ସାଂସଦଙ୍କୁ ଗ୍ରାମବାସୀଙ୍କ ତରଫରୁ
ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ପୁଷ୍ପଗୁଚ୍ଛ ଏବଂଉତ୍ତରୀୟ ଦେଇ ସମ୍ବଦ୍ଧିତ କରାଯାଇଥିଲା। ଗ୍ରାମରେ ଥ‌ିବାସହ ଗୋପାଳସମାଜ ତରଫରୁ ପୂର୍ଣ୍ଣବାସୀ ଦେବଙ୍କ ମନ୍ଦିରପୁନରୁଦ୍ଧାର ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ପଡୁରିଆଠାରେ ଏକ କ୍ଲବ ଘର ନିର୍ମାଣ ପାଇଁ ଯୁବକମାନେ
ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ
ମଧ୍ୟରେ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ସରପଞ୍ଚ
ଗୀତାରାଣୀ ବେହେରା, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୂତି ଭୂଷଣ ପଣ୍ଡା,
ଯୁବନେତା ଶୁଭ୍ରଜିତ୍ ପଣ୍ଡା, ରଞ୍ଜୁଲତା ପଣ୍ଡା, ଟୁକୁ ପଣ୍ଡା, ଗ୍ରାମ କମିଟି ସମ୍ପାଦକ ମନୋରଞ୍ଜନ ବେହେରା, ଗ୍ରାମ ସଭାପତି ସନାତନ ପୃଷ୍ଟି, ବରିଷ୍ଟ ନାଗରିକ ମାର୍କଣ୍ଡ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।