କଟକ ବଡ଼ ମେଡିକାଲରୁ 14 ଶିଶୁ ନିଖୋଜ ଘଟଣା: ତଦନ୍ତ କରୁଛି OSCPCR
ଏସସିବିରୁ ଶିଶୁ ଗାୟବ ଘଟଣାର ଜୋରଦାର ହେଲା ତଦନ୍ତ ପ୍ରକ୍ରିୟା । ଗତକାଲି ଆରଡିସିଙ୍କ ଚିଠି ଆଉ ଆଜି OSCPCR ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ କରିଛି ତନାଘନା । ୨୦୧୦ରୁ କେତେ ଅସହାୟ ଓ ମାନସିକ ବିକାରଗସ୍ତ ମହିଳା ଏସସିବିରେ ପ୍ରସବ କରିଛନ୍ତି ତାହାର ରିପୋର୍ଟ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛି ଏହି ଟିମ୍ ।ଏସସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରୁ ୧୪ ଜଣ ନବଜାତ ଶିଶୁଙ୍କ ନିଖୋଜ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।ଶିଶୁ ନିଖୋଜ ନେଇ ଯାହା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ସେ ନେଇ ଏସସିବି କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରାଯାଇଛି । ସେମାନେ ୫ ଜଣ ଶିଶୁଙ୍କ ତଥ୍ୟ ପ୍ରଦାନ କରିଛନ୍ତି । ୩ ଜଣ ଶିଶୁଙ୍କୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ୨ ଜଣ ଶିଶୁଙ୍କୁ କିଛି ସ୍ବେଛାସେବୀ ସଂଗଠନକୁ ହସ୍ତାନ୍ତର କରାଯାଇଛି ।