ମାଆ ରାଜେଶ୍ବରୀଙ୍କ ନୂତନ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ
ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମୌଃ ତସ୍ମୈ ନମଃ ତସ୍ମୈ ନମୋଃ ନମଃ ” ।। ସର୍ବ ମଙ୍ଗଲ୍ ମାଙ୍ଗଲେ , ଶିବେ ସର୍ବାଥେ ସାଧିକେ ,ଶରଣେତ୍ବମୁକେ ଗୌରୀ ନାରାୟଣୀ ନମଃ ସ୍ତୁତେ ।। କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚିନ୍ତାମଣି ପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ଗ୍ରାମ ଦେବତୀ ମାଆ ରାଜ ରାଜେଶ୍ବରୀ ମାଆଙ୍କର ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସହିତ ତ୍ରୟଦିବସ ମହାଯଜ୍ଞ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।।ତ୍ରୟ ଦିନାତ୍ମକ ଉକ୍ତ ମହାଯଜ୍ଞ ମହୋତ୍ସବରେ ବୈଦିକ ରୀତି ନୀତି ଅନୁଯାୟୀ ଅଙ୍କୁରାରୋପଣ , ମଣ୍ଡଳାଧିବାସ , କଳସ ଶୋଭାଯାତ୍ରା, ସୂର୍ଯ୍ୟ ପୂଜା, ଗୋମାତା ପୂଜା, ଯଜ୍ଞ ଶାଳା ପୂଜା, ଅଗ୍ନି ସ୍ଥାପନ , ଯଜ୍ଞ ଆହୁତି ପ୍ରଦାନ, ମାଆ ଠାକୁରାଣୀ ଙ୍କ ଷୋଡଶ ଉପଚାର ପୂଜା, ନାମ ସଂକୀର୍ତ୍ତନ, ପ୍ରତ୍ୟେହ ସଂଧ୍ୟା ରେ ନାମ ସଂକୀର୍ତ୍ତନ ସହ ଦିବ୍ୟ ଆଧ୍ୟାତ୍ମିକ ପ୍ରବଚନ ଏବଂ ଭଜନ ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।।

ମାଆ ଠାକୁରାଣୀ ରାଜ ରାଜେଶ୍ବରୀ ମାଆଙ୍କର ଅପୂର୍ବ ସଂଧ୍ୟା ଆଳତୀ ଏବଂ ଅନ୍ତିମ ଦିବସରେ ମାଆ ଠାକୁରାଣୀ ଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।। ଉଦ୍ ଯାପନ ଦିବସରେ ପଣ୍ଡିତ ବ୍ରାହ୍ମଣ ପୁରୋହିତ ମାନଙ୍କର ପବିତ୍ର ବେଦ ପାଠ ,ମନ୍ତ୍ର ଉଚ୍ଚାରଣ, ଚଣ୍ଡୀ ପାଠ , ବିଶ୍ବଶାନ୍ତି ମହାଯଜ୍ଞର ମହାମନ୍ତ୍ର ରେ ଗଗନ ପବନ ପ୍ରକମ୍ବିତ ହେବା ସହିତ ସଂଧ୍ୟା ସମୟରେ ଗ୍ରାମରେ ଭକ୍ତି ଓ ଭାବ ପୂର୍ଣ୍ଣ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା ।। ମହାଯଜ୍ଞର ପ୍ରଥମ ଦିବସ ରେ ଗ୍ରାମବାସୀ ନର ନାରୀ ମାନଙ୍କଦ୍ବାରା ପବିତ୍ର ମେଘଦାଦ ପୁଷ୍କରଣୀ ରୁ ୧୨୧ ରୁ ଉଦ୍ଧ କଳସରେ ଜଳ ଆଣି ପୂର୍ଣ୍ଣ କଳସ ଶୋଭାଯାତ୍ରା ଗ୍ରାମରେ ଏକ ଅପୂର୍ବ ଆଧ୍ୟାତ୍ମିକମୟ ଦୃଶ୍ୟ ବେଶ୍ ମନୋରମ ଭକ୍ତି ଓ ଭାବ ପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା ।। ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନ ର ଝାଞ୍ଜ , ମୃଦଙ୍ଗ ,ଖୋଳ ,ତାଳର ତାଳେ ତାଳେ ଘଣ୍ଟୁଆ ମାନଙ୍କର ଘଣ୍ଟ , ଶଙ୍ଖ ,ଅବତାର ବାଜା , ଢୋଲ, ମହୁରୀ ସ୍ବରରେ , ହରିବୋଲ , ହୁଳହୁଳି ଧ୍ବନି ରେ କଳସ ଶୋଭାଯାତ୍ରା, ଗ୍ରାମ ଦେବତୀ ଆରାଧ୍ୟ ଠାକୁରାଣୀ ମାଆଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ସହିତ ମହାଯଜ୍ଞ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।। ଗ୍ରାମର ଆବାଳ ବୃଦ୍ଧ ବନିତା ଠାରୁ ଆରମ୍ଭ କରି ଆମନ୍ତ୍ରିତ ଓ ନିମନ୍ତ୍ରିତ ଅତିଥି ଶହ ଶହ ନରନାରୀ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହି ମାତୃଶକ୍ତି କୃପା ଲାଭ କରିଥିଲେ।। ମାଆଙ୍କ ପ୍ରତିଷ୍ଠା ମହୋତ୍ସବ ଏବଂ ମହାଯଜ୍ଞର କର୍ତ୍ତା , କର୍ତ୍ତୀ ଭାବେ ସୁଶାନ୍ତ ସାହୁ ଓ ସ୍ବର୍ଣ୍ଣପ୍ରଭା ସାହୁ ଶ୍ରଦ୍ଧା ଓ ନିଷ୍ଠାର ସହିତ ଯଜ୍ଞ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।। ଉକ୍ତ ଉତ୍ସବରେ ଗ୍ରାମ ର ଆବାଳ ବୃଦ୍ଧ ବନିତା ଠାରୁ ଆରମ୍ଭ କରି ଯୁବଶକ୍ତି କ୍ଲବର ଯୁବକ ଓ ଶ୍ରୀ ଗୋପୀନାଥ ଜୀୟୁ ନାଟ୍ୟ କଳା ପରିଷଦର ସଦସ୍ୟ, କଳାକାରଙ୍କ ସମେତ ସ୍ବେଚ୍ଛାସେବୀ ବନ୍ଧୁ ମାନେ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରି ଉକ୍ତ ମହାଯଜ୍ଞ ମହୋତ୍ସବ କୁ ଭକ୍ତ, ଭାବନା, ବିଶ୍ବାସ, ଶ୍ରଦ୍ଧା ଓ ନିଷ୍ଠା , ଭାଇଚାରା ଏବଂ ଶାନ୍ତି ଶୃଙ୍ଖଳାର ସହିତ ସହିତ ସାଫଲ୍ଯମଣ୍ଡିତ କରିଥିଲେ ।। ପ୍ରତ୍ୟେକ ଦିନ ଆନନ୍ଦ ବଜାରରେ ମହାଯଜ୍ଞର ମହାପ୍ରସାଦ ସେବନ କରି ଶ୍ରଦ୍ଧାଳୁ ମାନେ ମହା ଆନନ୍ଦରେ ଆତ୍ମ ତୃପ୍ତି ଲାଭ କରିଥିଲେ ।। ଉକ୍ତ ମହାଯଜ୍ଞ ମହୋତ୍ସବରେ ଚିନ୍ତାମଣି ପୁର ଗ୍ରାମବାସୀ ମାନଙ୍କର ଭାଇଚାରାର ମହାମନ୍ତ୍ର ରେ ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରି ଉକ୍ତ ପ୍ରତିଷ୍ଠା ମହୋତ୍ସବ ଓ ମହାଯଜ୍ଞକୁ ମହାସମାରୋହରେ ସଫଳ କରିଥିବାରୁ ମହାଯଜ୍ଞ ପରିଚାଳନା କମିଟି ସମସ୍ତ ଗ୍ରାମବାସୀ ମାନଙ୍କୁ କୃତଜ୍ଞତା ସହିତ ସାଧୁବାଦ ଅର୍ପଣ କରିଥିଲେ ।।କଟକ , ଟାଙ୍ଗୀ ଚିନ୍ତାମଣି ପୁର ରାଜେଶ୍ବରୀ ଶକ୍ତି ପୀଠରୁ ବ୍ୟୁରୋ ଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ Hr TV ଓଡିଆ ।।