ଗଣିଆ ପଂଚାୟତ ସମିତିର ସପ୍ତମ ବୈଠକପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନକୁ ଗୁରୁତ୍ୱ

ଗଣିଆ,(ବିଶ୍ୱରଂଜନ ସେଠି) ବୁଧବାର ଗଣିଆ ପଂଚାୟତ ସମିତି ସଦଭାବନା ସଭାଗୃହରେ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲାପରିଷଦ ସଭ୍ୟ ନରେଶ ବେହେରା, କନ୍ଧମାଳ ସାଂସଦଙ୍କ ଗଣିଆବ୍ଳକ ପ୍ରତିନିଧି ଭାବେ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ବିଡିଓ ଲାବଣ୍ୟେନ୍ଦୁ ମହାନ୍ତି. ଯୋଗଦାନ କରିଥିଲେ । ଗଣିଆ ବ୍ଳକର ୮ଗୋଟି ପଂଚାୟତର ସରପଂଚ, ସମିତିସଭ୍ୟସଭ୍ୟା, ସମସ୍ତ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ଶିକ୍ଷା ବିଭାଗ, ମତ୍ସ୍ୟ ବିଭାଗ, ସମେତ ସମସ୍ତ ଲାଇନ ବିଭାଗର ପଦାଧିକାରୀମାନେ ଯୋଗଦାନ କରିଥିଲେ । ପ୍ରଥମେ ଜିପିଡିଓ ଗତ ଅଧିବେଶନର ବିବରଣୀ ପାଠନ କରିବା ପରେ କିଛି ପ୍ରସ୍ତାବ ଉପରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ପ୍ରସ୍ତାବଗୁଡ଼ିକୁ ଦୃଢିଭୁତ କରାଯାଇଥିଲା । ବ୍ଳକ ଅଧିନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, କୃଷି, ବିଦ୍ୟୁତ ବିଭାଗ ସଂପର୍କରେ ବିଷଦଭାବେ ଆଲୋଚନା କରାଯାଇଥିଲା । ଗତ ଅଧିବେସନରେ ଗଣିଆ ବାଇପାସ ରାସ୍ତା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଅଦ୍ୟାବଧି ବାଇପାସ ରାସ୍ତାର କୌଣସି ଅଗ୍ରଗତି ହୋଇନଥିବାରୁ ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ ଅଭିଯୋଗ ଆଣିଥିଲେ । ପୂର୍ବ ଏଷ୍ଟିମେଟରେ ଗଣିଆ କଲେଜ ପର୍ଯ୍ୟନ୍ତ ଥିବାବେଳେ ତାକୁ ନୂତନଭାବେ ଗଣିଆ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଏଷ୍ଟିମେଟ କରିବା ପାଇଁ ବିଧାୟକ ପ୍ରସ୍ତାବ ଦେଇଥିଲେ । ପାନୀୟ ଜଳ ପାଇଁ ସଭାରେ ଉଦବେଗ ପ୍ରକାଶ କରାଯାଇଥିଲା । ଏପରିକି ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ପାନୀୟ ଜଳ ସଂପଂର୍କରେ ପ୍ରଶ୍ନ କରିଥିଲେ । ଯାହାର ସନ୍ତୋଷ ଜନକ ଉତର ସଂପୃକ୍ତ ଅଧିକାରୀ ଦେଇନଥିଲେ । ଏପରିକି ପାନୀୟ ଜଳ ସଂପର୍କରେ କଣ କଣ ଅଭିଯୋଗ ଆସିଛି ଏବଂ କେଉର୍ କେଉଁ ଗ୍ରାମକୁ ଯାଇ ସମାଧାନ କରିଛନ୍ତି ତାହା ଉତରରେ କହିପାରିନଥିଲେ । ମେଗା ୱାଟର ପ୍ରୋଜେକ୍ଟ ନେଇ ଓଭର ହେଡ ଟ୍ୟାଙ୍କ କାହିଁକି ସଂପୁର୍ଣ୍ଣ ହୋଇ ନାହିଁ ସେନଇ ପ୍ରଶ୍ନ କରିବା ସହିତ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଛାମୁଣ୍ଡିଆ ସ୍ଥିତ ଗୁପ୍ତେଶ୍ୱର ବିଦ୍ୟାପୀଠଠାରେ ନୂତନଭାବେ ନିର୍ମାଣ ହୋଇଥିବା ଛାତ୍ରାବାସଟି କେମିତି କାର୍ଯ୍ୟକ୍ଷମ ହୋଇ ଛାତ୍ରଛାତ୍ରୀମାନେ ରହି ପାଠ ପଢପାରିବେ ସେନେଇ ତୁରନ୍ତ ପଦକ୍ଷେପ ନେବାକୁ ବିଧାୟକ ବିଆରସିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ ବିଭାୀୟ ଅଧିକାରୀଙ୍କୁ କୌଣସି ସରକାରୀ ଶିକ୍ଷା ହେଉ ବା ଅନ୍ୟ କାର୍ଯ୍ୟାଳୟର ବକେୟା ରହିଥିଲେ ମଧ୍ୟ ଅଂଶୁଘାତକୁ ଲକ୍ଷ ରଖି ସରକାର ବିଦ୍ୟୁତ କାଟ ନକରିବାକୁ ନିୟମ ଲଙ୍କଜ୍ଞର କରିଥିବା ବେଳେ ଏହାକୁ ଠିକରେ କାର୍ଯ୍ୟକାରୀ କରିବାକୁ ତାଗିଦ କରିଥିଲେ । ଗଣିଆ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନୂତନଭାବେ ନିର୍ମାଣ ଧିନ ବିଲ୍ଡିଂ କେବେ ସଂପୁର୍ଣ୍ଣ ହେବ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତର ଦେଇନଥିଲେ । ଯାହାକୁ ନେଇ ବିଧାୟକ କ୍ଷୁବ୍ଧ ହେବା ସହିତ ଏ ନେଇ ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟ ସାରିବାକୁ ବିଧାୟକ ତାଗିଦ୍ କରିଥିଲେ ? ପରିଶେଷରେ ସମସ୍ତ ଜନପ୍ରତିନିଧି, ଉପସ୍ଥିତ ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ବିଧାୟକ ଧନ୍ୟବାଦ ଅର୍ପଣ କରିଥିଲେ ।