ଚକାମାଲ ଗ୍ରାମ୍ୟରାସ୍ତା ଜବରଦଖଲ ଉଛେଦ ନିମନ୍ତେ ରାସ୍ତା ଚିହ୍ନଟକଲେ ତହସିଲଦାର
ଚନ୍ଦାହାଣ୍ଡି – ତା୦୬/୦୪ /୨୦୨୬ ( ପୀତାମ୍ବର ସୋରୀ ) ଚକାମାଲ ଗ୍ରାମ୍ୟ ରାସ୍ତାରୁ ଜବରଦଖଲ ଉଛେଦ ପାଇଁ ଗ୍ରାମବାସୀ ଙ୍କ ଅଭିଯୋଗ କ୍ରମେ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ନିର୍ଦେଶ ପରେ ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୁଟ୍ରୁକା ଆଜି ଚକାମାଲ ଗ୍ରାମକୁ ଯାଇ ରାସ୍ତା ଚିହ୍ନଟ କରିଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୩୦ ତାରିଖ ଦିନ ଚକାମାଲ ଗ୍ରାମବାସୀ ଜିଲ୍ଲାପାଳ ନବରଙ୍ଗପୁର ଙ୍କ ଜନଶୁଣାଣୀ ବେଳେ ଗ୍ରାମର କିଛି ଲୋକ ରାସ୍ତା ଉପରେ ଘର ଓ ବାଡ଼ ତିଆରି କରି ରାସ୍ତାକୁ ଅଣଓସାରିଆ କରି କବ୍ଜା କରିଥିବା ନେଇ ଉକ୍ତ ରାସ୍ତାର ଚିହ୍ନଟ ଓ ଜବରଦଖଲ ଉଛେଦ ପାଇଁ ଅଭିଯୋଗ ଆଣିଥିଲେ l ତେବେ ଗ୍ରାମବାସୀ ଙ୍କ ଅଭିଯୋଗ କୁ ଭିତ୍ତିକରି ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ଚନ୍ଦାହାଣ୍ଡି ତହସିଲଦାର ଙ୍କୁ ତଦନ୍ତ ପାଇଁ ଆଦେଶ ଦେଇଥିଲେ l ତେବେ ତହସିଲଦାର ଚନ୍ଦାହାଣ୍ଡି ଆଜି ଚକାମାଲ ଗାଁକୁ ଯାଇ ଗ୍ରାମବାସୀ ଙ୍କ ଉପସ୍ଥିତିରେ ରାସ୍ତା ଚିହ୍ନଟ କରିବା ସହ ରାସ୍ତାରୁ ତୁରନ୍ତ ଘର ଓ ବାଡ଼ ହଟାଇବାକୁ ନିର୍ଦେଶ ଦେଇଥିଲେ l ଆଜିର ଏହି ଜବରଦଖଲ ଉଛେଦ ରେ ରାସ୍ତା ଚିହ୍ନଟ ବେଳେ କାନ୍ଦିଓଡା ସର୍କଲ ରାଜସ୍ବ ନିରୀକ୍ଷକ ବିଶ୍ୱଜିତ ସରକାର , ଚନ୍ଦାହାଣ୍ଡି ତହସିଲଦାର ସହଦେଵ କୁଟ୍ରୁକା, ଅମିନ କ୍ଷେତ୍ରମୋହନ ପୂଜାରୀ ଆସିଥିବା ବେଳେ ଗାଁର ସମସ୍ତ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ l
