କୁଜଙ୍ଗ ତାଲୁକ ଆଇନ ସେବା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଅଛି l
କୁଜଙ୍ଗ ତାଲୁକ ଆଇନ ସେବା ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଅଛି l ଏହି ଅବସରରେ ମାନ୍ୟବର ଚେୟାରମ୍ୟାନ ତାଲୁକ ଆଇନ୍ ସେବା ସମିତି ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ଦୀପ୍ତି ପ୍ରକାଶ ବ୍ରହ୍ମା, ସିଭିଲ ଜଜ୍ (ସିନିୟର) ଶ୍ରୀଯୁକ୍ତ ଅବକାଶ ଚୌଧୁରୀ, ସିଭିଲ ଜଜ୍ (ଜୁନିଅର) ମିଶ ବର୍ଷା ଦାସ, ଜେ ଏମ୍ ଏଫ ସି ଶ୍ରୀଯୁକ୍ତ ରାଜେଶ ମିଶ୍ର ଓ ବାର ଆସୋସିଏସନ ସଭାପତି ସଞ୍ଜୟ କୁମାର ବେହେରା ଓ ସମ୍ପାଦକ ରଞ୍ଜିତ ବିଶ୍ଵାଳ ଅତିଥି ଭାବେ ଯୋଗଦେଇଥିଲେ l ତାଲୁକ ଆଇନ ସେବା ପକ୍ଷରୁ ଆଇନଜୀବୀ ନୃସିଂହ ପ୍ରଧାନ ସଭାପତିତ୍ବ କରିଥିଲେ ଓ ବରିଷ୍ଠ ଆଇନଜୀବୀ ସତ୍ୟାନନ୍ଦ ବିଶ୍ଵାଳ, ସୁଶାନ୍ତ କୁମାର ପଟ୍ଟନାୟକ, ଅମୃତ ଦାସ, କୈଳାଶ ଚନ୍ଦ୍ର ପରିଡା,କାର୍ତ୍ତିକ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ଆଇନଜୀବୀ ନମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ତାଲୁକ ଆଇନ୍ ସେବା ପ୍ରାଧୀକରଣ କର୍ମଚାରୀ ସ୍ମୃତି ରଞ୍ଜନ ମହାନ୍ତି ପରିଚାଳନା କରିଥିଲେ କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ