ଚୌଦ୍ବାର ମହାବିଦ୍ୟାଳୟ ରେ ଓଡିଆ ପକ୍ଷର ଦ୍ବିତୀୟ ଦିବସ ଅନୁଷ୍ଠିତ ।
କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ଅନ୍ତର୍ଗତ ଚୌଦ୍ବାର ମହାବିଦ୍ୟାଳୟ ରେ ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନରେ “ଆମେ ଓଡିଆ ଓ ଆମ ଅନୁଚିନ୍ତା” –ଉପସ୍ଥାପନା ଅନୁଷ୍ଠିତ ହୋଇଯାଇଛି।ଚୌଦ୍ବାର କଲେଜ ପରିସରରେ ଓଡ଼ିଆ ପକ୍ଷ ପାଳନର ଦ୍ୱିତୀୟ ଦିନ ଅତ୍ୟନ୍ତ ଉତ୍ସାହ ଓ ଗମ୍ଭୀରତାର ସହିତ ପାଳିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ “ଆମେ ଓଡ଼ିଆ – ଆମ ଅନୁଚିନ୍ତା” ଶୀର୍ଷକ ଏକ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା, ଯାହା ସମସ୍ତଙ୍କ ମନକୁ ଛୁଇଁଯାଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସାହିତ୍ୟିକ ଶ୍ରୀ ବାଣୀଭୂଷଣ ମହାନ୍ତି ନିଜର ସାରଗର୍ଭକ ଓ ପ୍ରେରଣାଦାୟକ ଭାଷଣ ମାଧ୍ୟମରେ ଓଡ଼ିଆ ଭାଷା, ସଂସ୍କୃତି ଓ ଆମ ପରିଚୟର ଗୁରୁତ୍ୱକୁ ଉଜାଗର କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀ ରାଉତରାୟ, ଓଡ଼ିଆ ପକ୍ଷ କାର୍ଯ୍ୟକ୍ରମର ସଂଯୋଜିକା ଡ଼କ୍ଟର ସସ୍ମିତା କର, ପ୍ରାଧ୍ୟାପକ ପ୍ରଭାକର ମିଶ୍ର, ଏବଂ ଡ଼କ୍ଟର ଦୀପକ କୁମାର ବେହେରା ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସେମାନଙ୍କର ଆଲୋଚନା ଛାତ୍ରଛାତ୍ରୀମାନଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଗର୍ବ ଓ ସଚେତନତା ସୃଷ୍ଟି କରିଥିଲା।
ସଂସ୍କୃତ ବିଭାଗର ଛାତ୍ରୀ ଅଞ୍ଜନା କର ନିଜ ଅନୁଚିନ୍ତାକୁ ସୁନ୍ଦର ଭାବରେ ପ୍ରକାଶ କରିଥିଲେ, ଯାହା ସଭାରେ ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା।ଶେଷରେ ଶ୍ରୀମତୀ ବନିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସୁସମାପ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡ଼କ୍ଟର ହରପ୍ରିୟା ମହାପାତ୍ର, ଲକ୍ଷ୍ମଣ କରଣ, ସ୍ୱାଭିମାନ ସାମନ୍ତରାୟ, ସୁଭସ୍ମିତା ଭୂୟାଁ, ଲିଜା ରଥ ଏବଂ ଅନୁପମା ତ୍ରିପାଠୀ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଓଡିଆ ପକ୍ଷ କାର୍ଯ୍ୟକ୍ରମ ରେ ଓଡିଆ ଭାଷା ଓ ସାହିତ୍ୟବିଭାଗ ର ମୁଖ୍ୟ ଅଧ୍ୟାପକ ଡଃ . ପ୍ରଫୁଲ୍ଲ କୁମାର ସାହୁ ସମସ୍ତ ଓଡିଆ ଭାଷା ଓ ଅସ୍ମିତା ପ୍ରେମୀ ମାନଙ୍କୁ ସକ୍ରିୟ ସହଯୋଗ ନିମନ୍ତେ ସାଧୁବାଦ ଜଣାଇବା ସହିତ ସମସ୍ତେ ଓଡିଆ ଭାଷା ସାହିତ୍ୟ ର ପ୍ରଚାର ଓ ପ୍ରସାର ନିମନ୍ତେ ଯତ୍ନ ବାନ ହେବା ନିମନ୍ତେ ଆହ୍ବାନ କରିଥିଲେ ।।
ଉକ୍ତ ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ପ୍ରତ୍ୟେକ ଓଡିଆଙ୍କର ଭାବନାକୁ ଆହୁରି ଆନ୍ଦୋଳିତ କରିବ ବୋଲି ଚାରିଆଡେ ଚର୍ଚ୍ଚିତ ଚର୍ଚ୍ଚା ଜୋର ଧରିଛି ।।
କଟକ- ଚୌଦ୍ବାର ରୁ ବ୍ୟୁରୋ ଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ HRTV ଓଡିଆ ।।
