ତ୍ରିଲୋଚନପୁର ସିଆର୍ ପିଏଫ୍ ବାଟାଲିୟନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
HR ଟିଭି ଓଡ଼ିଆ କଳାହାଣ୍ଡି (ଶେଖର ସୁମନ ଦାଶ) ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ସ୍ଥିତ ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟ ପରିସର ଓ ଆଖପାଖ ଅଞ୍ଚଳରେ ସିଆରପିଏଫ ୦୪ର୍ଥ ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁର ଓ ସେକେଣ୍ଡ ଟୁଆଇସି ୪ର୍ଥ ବାଟାଲିୟନ ସଞ୍ଜୟ ରାଉତଙ୍କ ନିର୍ଦ୍ଦେଶ କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଲାଞ୍ଜିଗଡ଼ ତ୍ରିଲୋଚନପୁର ସ୍ଥିତ ସିଆର୍ ପିଏଫ୍ ଡି. କମ୍ପାନୀ ୦୪ର୍ଥ କ୍ୟାମ୍ପ କମାଣ୍ଡର ଇନ୍ସପେକ୍ଟର ଦେବରାଜ ଦେହୁରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିଲୋଚନପୁର ସରପଞ୍ଚ ସୁନାଲି ମାଝୀ ଯୋଗ ଦେଇଥିବା ବେଳେ ସାମ୍ମାନୀତ ଅତିଥିଭାବେ ସ୍କୁଲ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ସ୍କୁଲ ଶିକ୍ଷକ ଭେନୁ ଗୋପାଲ,ଯଦୁମଣି ନାୟକ,ବିକ୍ରମ ମାଝୀ,କୈଳାସ ଚନ୍ଦ୍ର ଭୋଇ,ହାଇସ୍କୁଲ ଅନ୍ୟ ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ସମେତ ସମସ୍ତ ଯବାନ ମାନେ ଅଂଶଗ୍ରହଣ କରି ୧୫୦ ରୁ ଅଧିକ ବିଭିନ୍ନ କିଶମର ବୃକ୍ଷ ରୋପଣ କରିବା ସହିତ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ଦାୟିତ୍ଵ ପ୍ରଦର୍ଶନ କରିଥିଲେ। ଅଞ୍ଚଳରେ ଅଧିକରୁ ଅଧିକ ଗଛ ଲଗାଇ ସବୁଜିମା ବୃଦ୍ଧି କରିବା ଏବଂ ଲୋକଙ୍କ ମଧ୍ଯରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ବୋଲି ୦୪ର୍ଥ ବାଟାଲିୟନ କ୍ୟାମ୍ପ କମାଣ୍ଡର ଇନ୍ସପେକ୍ଟର ଦେବରାଜ ଦେହୁରୀ ମତପ୍ରକାଶ କରିଥିଲେ।