ପୋଖରୀରେ ବୁଡ଼ି ନାବାଳକ ଛାତ୍ରଙ୍କ ମୃତ୍ୟୁ:ଭବାନୀପାଟଣାରେ ଶୋକର ଛାୟା*
*ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭବାନୀପାଟଣା ସହର ନିକଟସ୍ଥ ଏକ ଘରୋଇ ସ୍କୁଲର ଜଣେ ୧୪ ବର୍ଷୀୟ ଛାତ୍ର ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଛାତ୍ର ଜଣକ ହେଲେ କୋକସରା ଥାନା ଅନ୍ତର୍ଗତ ଝରିଆଗୁଡ଼ା ଗ୍ରାମର ସୌମ୍ୟ ରଞ୍ଜନ ସାହୁ।ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସୌମ୍ୟ ରଞ୍ଜନ ନିଜ ସାଙ୍ଗମାନଙ୍କ ସହ ନିକଟସ୍ଥ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ବଶତଃ ସେ ଗଭୀର ପାଣିକୁ ଚାଲିଯାଇ ବୁଡ଼ି ଯାଇଥିଲେ। ସାଙ୍ଗମାନେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।ଉଦ୍ଧାର ଓ ପୋଲିସ କାର୍ଯ୍ୟାନୁଷ୍ଠାନ:ସ୍କୁଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସୌମ୍ୟଙ୍କୁ ଉଦ୍ଧାର କରି ତୁରନ୍ତ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ‘ମୃତ’ ଘୋଷଣା କରିଥିଲେ। ପୋଲିସ ତଦନ୍ତ ରେ ଭବାନୀପାଟଣା ସଦର ଥାନା ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଓ ସୌମ୍ୟଙ୍କ ଗାଁରେ ଗଭୀର ଶୋକର ଛାୟା ଖେଳିଯାଇଛି। ପରିବାର ଲୋକଙ୍କ କାନ୍ଦବୋବାଲିରେ ପରିବେଶ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛି। କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ
