ଫାଷ୍ଟାଗ୍ କ’ଣ ?
ଫାଷ୍ଟାଗ୍ ହେଉଛି ଏକ ରେଡିଓ ଫ୍ରିକୁଏନସି ଆଇଡେଣ୍ଟିଫିକେସନ୍ ଟେକ୍ନୋଲୋଜି। ଏହି ପ୍ରିପେଡ୍ ଟ୍ୟାଗ୍କୁ ଗାଡ଼ିର ୱିଣ୍ଡ୍ ସ୍କ୍ରିନ୍ ବା ଗାଡ଼ିର ସାମ୍ନା କାଚରେ ଲାଗିବ। ଏହାକୁ ସମୟ ସମୟରେ ରିଚାର୍ଜ କରାଯିବ। ଟୋଲ୍ ଗେଟ୍ରେ ପଇସା ଦେବା ପାଇଁ ଗାଡ଼ି ଚାଳକଙ୍କୁ ବହୁ ସମୟ ଧରି ଲାଇନ୍ରେ ଛିଡ଼ା ହେବାକୁ ପଡ଼ିଥାଏ। ଫଳରେ ବହୁ ସମୟ ନଷ୍ଟ ହେବା ସାଙ୍ଗକୁ ରାସ୍ତା ମଧ୍ୟ ଜାମ୍ ରହିଥାଏ। ତେଣୁ ଏହି ଫାଷ୍ଟାଗ୍ ଲାଗିଥିଲେ ଟୋଲ୍ ଚାର୍ଜ ଅଟୋମେଟିକ୍ କଟିଯିବ। ଏହାପରେ ଟୋଲ୍ ଫି’ର ବିଲ୍ ମଧ୍ୟ ମୋବାଇଲକୁ ଏକ ମେସେଜ ଜରିଆରେ ଆସିବ ।
