ବନମାଳୀ ବାରିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ସ୍ମୁତି ଚାରଣ ସଭା
ଗଣିଆ, (ବିଶ୍ୱରଂଜନ ସେଠି) ସୋମବାର ଦିନ ପୂର୍ବାହ୍ନ ୧୧ଘଣ୍ଟିକା ସମୟରେ ବନମାଳୀ ବାରିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଡକଟା ବନମାଳୀ ବାରିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକ ତଥା ଆଡକଟା ଗ୍ରାମର ବିଶିଷ୍ଟ ସମାଜସେବୀ ପରୋପକାରୀ ବ୍ୟକ୍ତି କାଶୀନାଥ ବାରିକଙ୍କର ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଶାନ୍ତ କୁମାର ସେନ , କୁଳମଣୀ ବାରୀକି , ବାମନ ଚାରଣ ବାରିକୀ , ସୁକାନ୍ତ କୁମାରଶତପଥୀ ,ମହାବିଦ୍ୟାଳୟର ବଶିଷ୍ଠ ଅଧ୍ୟାପକ ଦେବାଶିଷ ବସ୍ତିଆ , ଦୁର୍ଯୋଧନ ପରିଡ଼ା , ଭଗ୍ୟଧର ବାରୀକୀ , ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରାସାଦ ମଧ୍ୟ ,ଆଡକଟା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ଚନ୍ଦ୍ରଶେଖର ସାହୁ , ଛାମୁଣ୍ଡିଆର ପୁର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ବେହେରା , ତାଙ୍କ ସମସାମୟିକ ମାୟାଧର ସାହୁ , , ପ୍ରମୋଦ ବରାଡ , ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସହିତ ସମସ୍ତ କର୍ମଚାରୀ ଓ ଶୁଭେଛୁ ମାନେ ଉପସ୍ଥିତ ରହି ସ୍ବର୍ଗତ କାଶୀନାଥଙ୍କ ସ୍ମୃତି ଚାରଣ ସଭାରେ ତାଙ୍କର ଅତୃତଆତ୍ମର ସଦଗତି କାମନା କରିଥିଲେ। । ସୂଚନାଥାଉକି ଚଳିତ ମାସ ୧୦ତାରିଖ ମଙ୍ଗଳବାର ଦିନ ଶ୍ବାସ ରୋଗରେ ପୀଡ଼ିତ ଅବସ୍ଥାରେ ଚିକିତ୍ସା ପାଇଁ ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳପରିବେଶ ସୃଷ୍ଟି କରିଥିଲା । ଶ୍ରୀ ବାରିକ ବିଭିନ୍ନ ସାମାଜିକ କାର୍ଯ୍ୟ, ବିଶେଷ କରିଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଜଡ଼ିତ ଥିଲେ। ସେ ଅଡକଟାସ୍ଥିତ ବନମାଳୀ ବାରିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମ୍ପାଦକ ଏବଂ ଆଡ଼କଟା ଡିଗ୍ରୀ କଲେଜର ଅଧ୍ୟକ୍ଷ ମଧ୍ୟ ଥିଲେ। ସେ ଜାତୀୟ ଗ୍ରାମୀଣ ବିକାଶ ପରିଷଦ ସ୍ବେଛାସେବୀ ସଂଗଠନର ସଭାପତି ତଥା ଗ୍ରାମ ସଭାପତି ମଧ୍ୟ ଥିଲେ। ସେ ପୂର୍ବତନ ମନ୍ତ୍ରୀ ହରିହର କାରଣଙ୍କ ମାମୁ ପୁଅ ଭାଇ । ତାଙ୍କ ବିୟୋଗରେ ବହୁ ମାନ୍ୟଗଣ୍ୟବ୍ୟକ୍ତି, ରାଜନେତା ଓ ଗ୍ରାମବାସୀ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।