ମାଇଁ ହାର୍ଟ ଅର୍ଗାଅନାଇଜେସନ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ର ଉନ୍ନତିକରଣ ଏବଂ ଶିଶୁ ଓ ମା ମାନଙ୍କର ଯତ୍ନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ମୁକୁନ୍ଦପୁର ଅଙ୍ଗନବାଡି କେନ୍ଦ୍ର ପରିସରରେ ଭୁବନେଶ୍ୱର ସ୍ଥିତ ମାଇଁ ହାର୍ଟ ଅର୍ଗନାଇଜେସନ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ର ଉନ୍ନତିକରଣ ଏବଂ ଜନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମାଇଁ ହାର୍ଟ ଅର୍ଗନାଇଜେସନ ଡାଇରେକ୍ଟର ଶକ୍ତିଧର ସାହୁ ଙ୍କ ଅଧକ୍ଷତା ରେ ଜ୍ୟୋତି ଶଙ୍କର ଦାଶ, ସଂଜୀବ ମହାପାତ୍ର, ମେଡିକାଲ ଅଫିସର ଦୁଷ୍ମନ୍ତ କୁମାର ସ୍ୱାଇଁ, ସୁପର ଭାଇଜର ଅଜୟ ସ୍ୱାଇଁ, ଅଙ୍ଗନବାଡି କର୍ମୀ ମନୋରମା ପରିଡା ପ୍ରମୁଖ ଯୋଗଦେଇ ପ୍ରସବ ସମୟରେ ମା ର ଯତ୍ନ ଏବଂ ପ୍ରସବ ପରେ ଶିଶୁ ର ଯତ୍ନ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳ ର ଶତାଧିକ ମହିଳା ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ