ମାହାଙ୍ଗାରେ ଉତ୍କଳ ଦିବସ ସମାରୋହ
ମାହାଙ୍ଗା -୧/୪ (ଆପ୍ର) ସାରସ୍ୱତ ସେବାମଞ୍ଚ ମାହାଙ୍ଗା ଆନୁକୂଲ୍ୟରେ ୯0 ତମ ଉତ୍କଳ ଦିବସ ସମାରୋହ ବରାହୀପୁର ବିକାଶ ଭବନ ପ୍ରାଙ୍ଗଣରେ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l
ଉତ୍କଳକୁ ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଗଢି ତୋଳିବା ପାଇଁ ବର୍ଷ ବର୍ଷ ଧରି ଯେଉଁମାନେ ଅନବରତ ସଂଗ୍ରାମ ଓ ସଂଘର୍ଷ ଜାରିରଖିଥିଲେ, ସେହି ଜନନାୟକ ମାନଙ୍କ ତ୍ୟାଗ ଓ ବଳିଦାନର ପଟ୍ଟାନ୍ତର ନାହିଁ ବୋଲି ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ l

ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ଡକ୍ଟର ବିପିନ ବିହାରୀ କର ଯୋଗଦେଇ ଓଡ଼ିଆ ଅସ୍ମିତା ଆଜି ସଙ୍କଟ ଭିତରେ ଗତି କରୁଥିବା ବେଳେ, ଆମକୁ ଅଖଣ୍ଡ ଉତ୍କଳ ଭୂମିର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାକୁ ଶପଥ ନେବାକୁ ପଡିବ l
ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ଯୋଗଦେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସ୍ମରଣୀୟ ସ୍ମୁତିକୁ ଉଦ୍ଜୀବିତ କରିବା ପାଇଁ ଆମକୁ ସଂଗଠିତ ହେବାକୁ ପଡିବ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭାବେ କବି କୁଳମଣି ସାହୁ, କବି ପ୍ରଶାନ୍ତ କୁମାର କର, ପ୍ରାଧ୍ୟାପକ ଜନାର୍ଦନ ରାଉତ, ଅଧ୍ୟାପକ ନଳିନୀକାନ୍ତ ସାହୁ, ସମାଜସେବୀ ହିମାଂଶୁ ଶେଖର ଦାଶ, କବି ରାଜକିଶୋର ମୁଣ୍ଡି, ଅଧ୍ୟାପକ ବାଇଧର ସାହୁ, ଶିକ୍ଷକ ଅକ୍ଷୟ କୁମାର ସାହୁ, ସମାଜସେବୀ ଧୃବାନନ୍ଦ ଶରଣ,ସାମ୍ବାଦିକ ବିଜୟ କୁମାର ଯେନା, ଯୁବ ସଂଗଠକ ଅବଦୁଲ ହମିଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l
ଏହି ଉତ୍ସବକୁ ରଶ୍ମିତା ସାମଲ, ସାଇରଞ୍ଜନ ପ୍ରଧାନ, କୈବଲ୍ୟ ପ୍ରସାଦ ମହାନ୍ତି, ସୁରେନ୍ଦ୍ର ମହାପାତ୍ର, ଭ୍ରମର ବର ଦାସ, ବାଣୀ ରାଉତ, ପ୍ରମୁଖ ପରିଚାଳନା କରିଥିଲେ l
ଆଇନୀଜୀବୀ ବିକାଶ ରଞ୍ଜନ ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ, ସାମ୍ବାଦିକ ଧନେଶ୍ୱର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ lପ୍ରମୁଖ ଉତ୍କଳ ଦିବସର ତାପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l
