ଶ୍ରୀ ରାଧାମାଧବଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବ ର ପୁର୍ଣ୍ଣାହୁତି
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ମାଳତିପୁଟ ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ଏକାଦଶ ବାର୍ଷିକ ମହୋତ୍ସବ ଶୁକ୍ରବାର ଅପରାହ୍ନରେ ପୁର୍ଣ୍ଣାହୁତି ହୋଇଯାଇଛି । ଏହିମହୋତ୍ସବ ଗତ ୧୪ତାରିଖରୁ ଆରମ୍ଭ ହୋଇ ୩ଦିନଧରି ଚାଲିଥିଲା । ତେବେ ପ୍ରତ୍ୟେକ ଦିନ ସକାଳୁ ସୂଯ୍ୟପୂଜା କରାଯିବା ପରେ ଯଜ୍ଞ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ପୁର୍ଣ୍ଣାହୁତି କରାଯାଇ୍ଥିଲା । ଶେଷ ଦିବସରେ ଅଷ୍ଟପ୍ରହର ନାମଯଜ୍ଞ କରାଯିବା ସହିତ ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଆଦିର ଆୟୋଜନ କରାଯାଇଥିଲା । ଏହି ଯଜ୍ଞରେ ଯଜ୍ଞକର୍ତା ଭାବେ ଶୋଭନ ମହାଖୁଡ଼ ଓ ସୁମିତ୍ରା ମହାଖୁଡ଼ କାର୍ଯ୍ୟ ତୁଲାଇଥିଲେ । ଅପରାହ୍ନରେ ଉପସ୍ଥିତ ବହୁ ସାଧୁସନ୍ଥ, ବ୍ରହ୍ମଚାରୀ, ଓ ବ୍ରାହ୍ଣଣ ମନ୍ଦିରରେ ବିରାଜିତ ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ପୂଜାର୍ଚ୍ଚନା ପରେ ଘୃତଯଜ୍ଞର ପୂର୍ଣାହୂତୀ କାର୍ଯ୍ୟକ୍ରମ କରାଯାଇଥିଲା । ୩ଦିନଧରି ଗ୍ରାମରେ ସଂପୁର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆସନ୍ତାକାଲି ନଗରକୀର୍ତନ କରାଯାଇ ଏହି ମହୋତ୍ସବ ଉଦଯାପିତ କରାଯିବ ବୋଲି ମନ୍ଦିର କମିଟି ତରଫରୁ ସୁଚନା ମିଳିଛି । ସୂଚନା ଯୋଗ୍ୟ, ଗତ୨୦୧୫ ମସିହାରେ ମାଳତିପୁଟ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ମନ୍ଦିର ନିର୍ମାଣ ଓ ପ୍ରତିଷ୍ଟା କରାଯାଇଥିଲା । ସେହିପରି ଗ୍ରାମର ସଭାପତି ଗୌରାଙ୍ଗ ପରିଡ଼ା , ଉପେନ୍ଦ୍ର ବେହେରା , ନଟବର ବାଲିଆ ଓ ମନ୍ଦିର କମିଟିର ମୁରଲିଧର ବେହେରା, ସମ୍ପାଦକ ନବକୃଷ୍ଣ ମହାଖୁଡ଼, ରାସଙ୍ଗ ପଂଚାୟତ ସରପଂଚ ମାନସ କୁମାର ମହାଖୁଡ଼, ସୁଶାନ୍ତ କୁମାର ପରିଡ଼ା, ବଂଶୀଧର ମହାଖୁଡ଼, କିଶୋର ମହାଖୁୂଡ଼, ଅମିୟ ମହାଖୁଡ଼, ଦାମୋଦର ପରିଡ଼ା, ଚୈତନ୍ୟ ବେହେରା, ରମେଶ ପରିଡ଼ା, ଗୌରାଙ୍ଗ ପରିଡ଼ା, ଅଜୟ ମହାଖୁଡ଼, ନିରଞ୍ଜନ ମହାଖୁଡ଼, ନିରଞ୍ଜନ ପରିଡ଼ା, ରାଜ କିଶୋର ବେହେରା, ଉପେନ୍ଦ୍ର ବେହେରା, ନଟବର ବାଲିଆଙ୍କ ସମେତ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଯୋଗଦାନ କରିଥିବାବେଳେ ଗଣିଆ ବ୍ଳକର ବହୁଭକ୍ତ ଶ୍ରୀ ଶ୍ରୀ ରାଧାମାଧବ ଜୀଉଙ୍କ ମନ୍ଦିରରେ ପଂହଚି ଠାକୁରଙ୍କ ସାନିଧ୍ୟଲାଭ କରିଥିଲେ ।
