ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ !

ବିଜେପି ବିଧାୟକ ଦଳ ହେଲେ ସମ୍ରାଟ ଚୌଧୁରୀ । ବିହାରରେ ପ୍ରଥମ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ହେଲେ ସମ୍ରାଟ ଚୌଧୁରୀ । ରାଜନୈତିକ ପରିବାରରୁ ଆସିଛନ୍ତି ସମ୍ରାଟ। ବାପା ଶକୁନି ଚୌଧୁରୀ ୬ ଥରର ବିଧାୟକ ଓ ଥରେ ସାଂସଦ ରହିଛନ୍ତି। ମାଆ ପାର୍ବତୀ ଦେବୀ ମଧ୍ୟ ବିଧାୟକ ଥିଲେ। ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ ହୋଇଛନ୍ତି। ବିହାରରେ ପ୍ରଥମ ଥର ପାଇଁ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି।ସୂଚନାନୁଯାୟୀ, ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସମ୍ରାଟ । ଦିନ ୧୧ଟା ସମୟରେ ହେବ ଶପଥ ଗ୍ରହଣ ସମାରୋହ । କିଛି ସମୟ ପରେ ସରକାର ଗଠନ ପାଇଁ ଦାବି ରଖିବେ ସମ୍ରାଟ । ରାଜ୍ୟପାଳଙ୍କୁ ଭେଟି ଏହି ଦାବି ରଖିବେ ବୋଲି ସୂଚନା ମିଳିଛି ।