ମାହାଙ୍ଗାରେ ବିଶାଳ ଓଡିଶା ଉଡ୍ର ମହାସଂଘ ପକ୍ଷରୁ ବିଷୁବ ମିଳନ

ମହଙ୍ଗା -୧୪/୪ ବରାହୀପୁର ପଞ୍ଚାୟତ ବିକାଶ ଭବନ ପ୍ରାଙ୍ଗଣରେ ବିଶାଳ ଓଡ଼ିଆ ଉଡ୍ର ମହାସଂଘ ପକ୍ଷରୁ ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ଓ ବିଷୁବ ମିଳନ କାର୍ଯ୍ୟକ୍ରମ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ଅଧ୍ୟାପକ,ସାମ୍ବାଦିକ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ନବବର୍ଷ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ଉତ୍ସବରେ ମୁଖ୍ୟ ଅତିଥିଭାବେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ଉର୍ବି”ର ସମ୍ପାଦକ ଶିଖରକବି ଶ୍ରୀଧର ଶେଖର ମହାପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନଶିକ୍ଷକ ବିପିନି ବିହାରୀ କର, ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ଜନାର୍ଦ୍ଦନ ରାଉତ, ପ୍ରାକ୍ତନ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ , ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀ, ସମାଜସେବୀ ହିମାଂଶୁ ଶେଖର ଦାଶ, ପ୍ରମୁଖ ଯୋଗଦେଇ ବିଷୁବ ମିଳନ ଓଡ଼ିଆ ଜାତିର ସାଂସ୍କୃତିକ ବୈଭବକୁ ରୁଦ୍ଧିମନ୍ତ କରିପାରିଛି ବୋଲି କହିଥିଲେ l
ମୁଖ୍ୟବକ୍ତା ଭାବରେ ସାହିତ୍ୟିକ ଅଖିଳେଶ ପଦ ମହାନ୍ତି ବିଷୁବ ମିଳନର ମହାର୍ଘ୍ୟ ଗାଥା ଉପରେ ଆଲୋଚନା କରିଥିଲେ l
ଏହି ସାରସ୍ୱତ ଓ ସାଂସ୍କୃତିକ ଉତ୍ସବରେ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ନାଗରିକ, ଛାତ୍ର ଯୁବକ ଓ ମହିଳାମାନେ ଯୋଗଦେଇଥିଲେ l
ଏହି ଉତ୍ସବକୁ ବାଣୀ ରାଉତ, ପ୍ରେମଲତା ରାଉତ, ଉଦ୍ଧବ ସ୍ୱାଇଁ, ଗଙ୍ଗାଧର ଖଣ୍ଡାଇ, ବାସୁଦେବ ରାଉତ, କବିନ୍ଦ୍ର ରାଉତ, ପ୍ରମୁଖ
ପରିଚାଳନା କରିଥିଲେ l
ସାମ୍ବାଦିକ ଧନେଶ୍ୱର ସେଠୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l