ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ କୁଆଁପାଳ ଠାରେ ବ୍ଲକ କଂଗ୍ରେସ ସଭାପତି ଆଇନୀଜୀବି ଦୀପଜ କୁମାର

ମାହାଙ୍ଗା ବ୍ଲକ କଂଗ୍ରେସ କମିଟି ଆନୁକୂଲ୍ୟରେ କୁଆଁପାଳ ଠାରେ ବ୍ଲକ କଂଗ୍ରେସ ସଭାପତି ଆଇନୀଜୀବି ଦୀପଜ କୁମାର ମହାନ୍ତିଙ୍କ ନେତୃତୁରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା, ପ୍ରଥମ ଆଇନ ମନ୍ତ୍ରୀ, ଭାରତ ରତ୍ନ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ 136 ତମ ପୁଣ୍ୟ ତିଥିରେ ତାଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ବର୍ଷିଆନ କଂଗ୍ରେସ ତଥା ସମାଜସେବୀ ନଳିନୀକାନ୍ତ ନାୟକ, କଟକ ଜିଲ୍ଲା ସାଧାରଣ ସମ୍ପାଦଜ ସୁକାନ୍ତ ନନ୍ଦ, ମାହାଙ୍ଗା ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ସଂଗ୍ରାମ ସାମଲ, ସଂଗଠକ ସମ୍ପାଦକ ଦୀପକ ନାୟକ ଓ ରବିନାରାୟଣ ସାହୁ,ବିଷ୍ଣୁ ଚରଣ ଯେନା, ଭାନୁ ଚରଣ ପରିଡା, ଅକ୍ଷୟ କୁମାର ପଣ୍ଡା, ରମେଶ ଚନ୍ଦ୍ର ପ୍ରଧାନ, ସେକ ଜ଼ାବୀର, ସେକ ଖଲିଡ଼, ଅରୂପ କୁମାର ବିଶ୍ୱାଳ,ବଟକୃଷ୍ଣ ସାମଲ ଓ ପୁସନ କର ଯୋଗଦେଇ ଆଜିର ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ସହିତ ସଂକ୍ରାନ୍ତୀ ପୁରୁଷ ଆମ୍ବେଦକରଙ୍କ ଭାରତ ବର୍ଷ ପ୍ରତି ତାଙ୍କର ଅବଦାନ ଓ ସାରା ବିଶ୍ୱକୁ ଦିଗଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ.ପ୍ରାରମ୍ଭରେ ମାହାଙ୍ଗାର ବିକାଶ ପୁରୁଷ ତଥା ପ୍ରାକ୍ତନ ମନ୍ତ୍ରୀ ସେକ ମତଲୁବ ଅଲିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଧୂପ ପ୍ରଦାନ କରାଯାଇଥିଲା.