ଗଣିଆରେ ହନୁମାନ ଜୟନ୍ତୀ ପାଳିତ
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆବଜାର ସ୍ଥ୍ିତ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଭୋରୁ ପ୍ରଭାତ ଫେରି କରାଯାଇଥିଲା । ପରେ ରଘୁନାଥ ଜୀଉ ମନ୍ଦିରରେ ନାମ ସଂକିର୍ତନ କରାଯାଇ ହନୁମାନ ଚାଳିଶା ପଠନ କରାଯାଇଥିଲା । ଏହାପରେ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କର ପ୍ରିୟ ସୁନ୍ଦରା କାଣ୍ଡ ପଠନ କରାଯିବା ସହିତ ଘୃତଯଜ୍ଞ କରାଯାଇଥିଲା । ଏଥିରେ ଆଚାର୍ଯ୍ୟଭାବେ ସାନୁଜରାମ ମିଶ୍ର ଓ ମୁଖ୍ୟବ୍ୟାସଭାବେ ବିଶେଶ୍ୱର ମିଶ୍ର କାର୍ଯ୍ୟଭାର ତୁଲାଇଥିବାବେଳେ ଚିତରଂଜନ ସାହୁ କର୍ତାଭାବେ କାର୍ଯ୍ୟଭାର ତୁଲାଇଥିବାବଳେ ଜଗନ୍ନାଥ ଦାଶ ସହଯୋଗ କରିଥିଲେ । ଏଥି ସହିତ ବହୁ ଧାରକ ମଣ୍ଡଳୀ ସୁନ୍ଦରାକାଣ୍ଡ ପଠନ କରିଥିଲେ । ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗଦାନ କରି ସୁନ୍ଦରା କାଣ୍ଡ ପଠନ କରିଥିଲେ । ପରେ ସମସ୍ତ ପ୍ରସାଦ ସେବନ କରିଥିଲେ । ଫଳରେ ଗଣିଆ ଅଂଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଛାମୁଣ୍ଡିଆ ପଂଚାୟତର ମହୁକଣ ଠାରେ ବିରାଜିତ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତି ବଡ଼ ଧୁମଧାମରେ ପାଳିତ ହୋଇଥିଲା । ସକାଳେ ସୂର୍ଯ୍ୟପୁଜା କରାଯିବା ସହିତ କାଳନ୍ଦୀ ମିଶ୍ର ପୁରୋହିତ କାର୍ଯ୍ୟ ତୁଲାଇଥିାଲେ । ପରେ ସାମୁହିକ ପଣା ଓ ପ୍ରସାଦ ବଂଟନ କରାଯାଇଥିଲା । ମାତୃମଣ୍ଡଳୀ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ କରାଯାଇଥିଲା । ସଂନ୍ଧ୍ୟାରେ ପଣାଲାଗି କରାଯାଇଥିଲା । ଦିନସାରା ଆନନ୍ଦ ବଜାର ହୋଇଥିଲା । ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ବହୁମାଣ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବା ସହିତ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । କିଶୋରପ୍ରସାଦ ସ୍ଥିତ ହନୁମାନ ମନ୍ଦିରର ୨ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳୁ ହନୁମାନ ଚାଳିଶା ପଠନ କରିବା ସହିତ ସୁନ୍ଦରାକାଣ୍ଡ ପଠନ କରାଯାଇଥିଲା । ସନ୍ଧ୍ୟାରେ ଠାକୁରଙ୍କୁ ବିମାନରେ ବସାଇ ଘଂଟଘଂଟା, ବାଜା, ବାଣ ବଜାଇ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ସେହିପରି ବେଲପଡ଼ାପାଟଣା ,ଆଡ଼କଟା ଓ ଜଗନ୍ନାଥ୍ପ୍ରସାଦ ହନୁମାନଙ୍କ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଥିଲା ।ବିଶ୍ୱରଂଜନ ସେଠି/
