କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ 

କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ । ସମସ୍ତ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲୁସିଙ୍କୁ ହସ୍ତାହର କରାଯାଇଛି । ଏହାସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ମଧ୍ୟ କରିଛି । ରାତି ପ୍ରାୟ ୧୧ଟା ବେଳେ ଷ୍ଟେସନ୍‌ରେ ଏକ ଟ୍ରେନ୍‌ରୁ ସମସ୍ତେ ଓହ୍ଲାଇଥିଲେ। ପ୍ଲାଟ୍‌ଫର୍ମରେ ଏକସଙ୍ଗେ ଏତେ ସଂଖ୍ୟକ ପିଲାଙ୍କୁ ଦେଖି ଆର୍‌ପିଏଫ୍‌ କର୍ମଚାରୀ ଯାଞ୍ଚ କରିଥିଲେ।ପଚରାଉଚରାରୁ ଜଣା ପଡିଥିଲା କି ସମସ୍ତ ନାବାଳକ ବିହାର ଆରାରିଆ ଜିଲ୍ଲାର।।କଟକ ଷ୍ଟେସନରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ମୌଲାନା ମହମ୍ମଦ ଅଖ୍ଲାଦ ଆସି ପୋଲିସକୁ କହିଥିଲେ କି ଏହି ନାବାଳକମାନେ ମଦ୍ରାସାରେ ପାଠ ପଢ଼ିବା ପାଇଁ କଟକ ଆସିଛନ୍ତି। ହେଲେ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ।