ଅଗଷ୍ଟ ୨୭ ନା’ ୨୮ ?ରାଖି ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ 

୨୦୨୬ ମସିହାରେ ରାଖିପୂର୍ଣ୍ଣିମା ତିଥି ଦୁଇ ଦିନ ରହୁଥିବାରୁ ଏହି ପର୍ବ କେବେ ପାଳନ କରାଯିବ ସେ ନେଇ ଲୋକଙ୍କ ମନରେ ସନ୍ଦେହ ଦେଖାଦେଇଛି। ୨୭ ତାରିଖ ସକାଳ ୯ ଟା ୭ ରୁ ୨୮ ତାରିଖ ସକାଳ ୯ଟା ୪୫ ଯାଏ ପୂର୍ଣ୍ଣମୀ ତିଥି ରହିଛି ବୋଲି କହିଛନ୍ତି ଜ୍ୟୋତିର୍ବିଦ ନରେଶ ଚନ୍ଦ୍ର ଦାସ । ସେପଟେ ଶ୍ରୀମନ୍ଦିରରେ ୨୮ ତାରିଖରେ ମହାପ୍ରଭୁ ବଳଭଦ୍ରଙ୍କ ଜନ୍ମ ନୀତି ସହ ଶ୍ରୀଜୀଉମାନେ ରାଖି ପରିଧାନ କରିବା ନେଇ ପାଞ୍ଜିରେ ଉଲ୍ଲେଖ ରହିଛି । ଆସନ୍ତା ୨୭ତାରିଖରେ ସାଧାରଣ ଲୋକେ ରକ୍ଷା ବନ୍ଧନ ପାଳନ କରିବା ସହ ଶ୍ରୀମନ୍ଦିରରେ ୨୮ ତାରିଖରେ ରକ୍ଷା ବନ୍ଧନ ନୀତି ଅନୁଷ୍ଠିତ ହେବ ।ଶାସ୍ତ୍ର ଅନୁଯାୟୀ, ଭଦ୍ରା କାଳ ସମୟରେ ରାଖି ବାନ୍ଧିବା ଅଶୁଭ ବୋଲି ବିଚାର କରାଯାଏ ତେଣୁ ଶୁଭ ମୁହୂର୍ତ୍ତରେ ହିଁ ରକ୍ଷାସୂତ୍ର ବାନ୍ଧିବା ଉଚିତ । ୨୭ ତାରିଖ ସକାଳ ୯ଟା ୮ ମିନିଟରୁ ରାତି ୯ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ଭଦ୍ରା କାଳର ପ୍ରଭାବ ରହିବ ଯାହାଫଳରେ ସେହିଦିନ ରାଖି ବାନ୍ଧିବା ଶୁଭ ନୁହେଁ। କିନ୍ତୁ ୨୮ ତାରିଖ ଦିନ ରକ୍ଷାବନ୍ଧନ ସମ୍ପୂର୍ଣ୍ଣ ଭାବେ ଭଦ୍ରା ଦୋଷରୁ ମୁକ୍ତ ରହିବ। ଏହିଦିନ ସକାଳ ୫ଟା ୫୭ ମିନିଟ୍‌ରୁ ସକାଳ ୯ଟା ୪୮ ମିନିଟ୍‌ ପର୍ଯ୍ୟନ୍ତ ରାଖୀ ବାନ୍ଧିବା ପାଇଁ ସର୍ବୋତ୍ତମ ଓ ସବୁଠାରୁ ଶୁଭ ସମୟ ରହିଛି।