ରାଜସ୍ବ ସେବା ପାଇଁ ‘ଆମ ସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ
ରାଜସ୍ଵ ବିଭାଗର ଅଭିଯୋଗର ସମାଧାନ ପାଇଁ ବିଭାଗ ଦ୍ୱାରା ‘ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍ର ଶୁଭାରମ୍ଭ ହୋଇଛି । ଲୋକସେବା ଭବନରେ ଏହି ଚାଟ୍ ବଟ୍ର ଶୁଭାରମ୍ଭ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ଏହି ଚାଟ୍ବଟ୍ ଜରିଆରେ ପ୍ରଥମ ପର୍ଯ୍ୟାୟରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଆଉ ଦୁଇଟି ସେବା ଏଥିରେ ସାମିଲ କରାଯିବ । ପୂର୍ବରୁ ୧୧ଟି ସେବା ଦେବାର ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି । ଚାଟ୍ବଟ୍ ମାଧ୍ୟମରେ ମ୍ୟୁଟେସନ୍, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍, ଜାତି, ଆୟ ଓ ବାସସ୍ଥାନ ପ୍ରମାଣପତ୍ର ଭଳି ବିଭିନ୍ନ ସେବା ପାଇପାରିବେ ନାଗରିକ । ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିହେବ ।ଲୋକ ଘରେ ଏହି ସେବା ପାଇପାରିବେ । ଏହି ଚାଟ୍ ବଟ୍ ଆପ୍ ଜରିଆରେ ଜଣେ ନିଜର ଆବେଦନର ସ୍ଥିତି ଜାଣି ପାରିବେ । ଏ ନେଇ ଅଭିଯୋଗ ଥିଲେ 9437292000 ନମ୍ବରରେ ମଧ୍ୟ ଅଭିଯୋଗ କରିପାରିବେ ।