ଦାରା ସିଂଙ୍କ ମୁକ୍ତି ମାମଲାରେ ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ମୁକ୍ତି ଆବେଦନକୁ ନେଇ ପୁଣି ଘୁଞ୍ଚିଲା ଶୁଣାଣି । ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ ।କୋର୍ଟ ମୌଖିକ ଭାବେ କହିଛନ୍ତି ଯେ, ଆଗାମୀ ଶୁଣାଣି ସୁଦ୍ଧା ଯଦି କୌଣସି ନିଷ୍ପତ୍ତି ନ ନିଆଯାଏ, ତେବେ କୋର୍ଟ ନିଜେ ନିଷ୍ପତ୍ତି ଗ୍ରହଣ କରିବେ । ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ୱର ୨ରେ ହେବ ।ଦାରା ସିଂ ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହୋଇଥିବାରୁ ସେଠାରୁ ତାଙ୍କ ପୂର୍ବ ପୃଷ୍ଠଭୂମି ଓ ଆଚରଣ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୁହାଯାଇଛି । ଏବେ ଆଗାମୀ ଶୁଣାଣି ଉପରେ ସମସ୍ତଙ୍କ ନଜର ।