ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ନିଲମ୍ବିତ

ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳ ନିଲମ୍ବିତ । କଟକ ସର୍କଲ ଜେଲର ସିନିୟର ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ନିଲମ୍ବିତ ହୋଇଛନ୍ତି । ସେହିପରି ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳ ମଧ୍ୟ ନିଲମ୍ବିତ ହୋଇଛନ୍ତି ।ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଗିରଫ ହୋଇ ଜେଲରେ ଥିଲେ । ସେହିପରି, କଟକ ସର୍କଲ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ମଧ୍ୟ ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି ।