ମୌସୁମୀ ଅଧିବେଶନର ଚତୁର୍ଥ ଦିନ : ଆଜି ବି ସରଗରମ ରହିବ ଗୃହ

ଆଜି ହେଉଛି ମୋସୁମୀ ଅଧିବେଶନର ଚତୁର୍ଥ ଦିନ। ଗତ ତିନି ଦିନ ପରି ଆଜି ମଧ୍ୟ ଗୃହ ସରଗରମ ରହିବ। ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଏମଏମଡିଆର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବେ। ଫଳରେ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଲାଗିରହି ପରେ। ଅନ୍ୟପଟେ 

ଗତକାଲି ଗୃହ ମୁଲତବୀ ପରେ ବି ବିରୋଧୀଙ୍କ ପ୍ରତିବାଦ ଥମିନଥିଲା। ବିଜେଡି ବିଧାୟକମାନେ ଓଏମ୍‌ସି ଅଫିସ୍‌ ନିକଟରେ ପହଞ୍ଚି ବିରୋଧ କରିଥିବା ବେଳେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ କଂଗ୍ରେସ ବିଧାୟକମାନେ ବର୍ଷା ମଧ୍ୟରେ ଗାନ୍ଧୀ ମୂର୍ତ୍ତି ତଳେ ବସି ପ୍ରତିବାଦ କରିଥିଲେ । ଏମ୍‌ଏମ୍‌ଡିଆର୍‌ ଆଇନ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି ।

ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ଶାସକ ଦଳ ପକ୍ଷରୁ ବିରୋଧ କରାଯାଇଛି । ବିରୋଧୀଙ୍କ ଏଜେଣ୍ଡାରେ ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥ ଆଗରେ ରହିଥିବା ଶାସକ ଦଳର ବିଧାୟକମାନେ ଅଭିଯୋଗ କରିଛନ୍ତି ।