ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ: ରାଜସ୍ବ ମନ୍ତ୍ରୀ

ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ଓଡ଼ିଶା ପାଇଁ ସତର୍କ ରହିବାର ସମୟ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢୁଛି । ଆସନ୍ତାକାଲି ବର୍ଷା କମିଯିବ । ପରିସ୍ଥିତିରେ ସୁଧାର ଆସିବ । ଆସନ୍ତା ୨୪ ଘଣ୍ଟା ଆମକୁ ସତର୍କ ରହିବାକୁ ପଡିବ । କାଲି ରାତି ବେଳକୁ ସ୍ୱାଭାବିକ ହୋଇଯିବ । ମାଲକାନଗିରିରେ ୧୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ନବରଙ୍ଗପୁରରେ ୪ ହଜାର ଏବଂ ଗଜପତିରେ ୭ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।