ଆଇପିଏସ୍ ସୁଶାନ୍ତ ନାଥଙ୍କୁ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି
IPS ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି ଘୁଞ୍ଚିଲା । ଆସନ୍ତା ୬ ତାରିଖକୁ ଅନ୍ତରୀଣ ସୁରକ୍ଷା ଓ ମୂଳ ମାମଲା ଖାରଜ ଆବେଦନ ଶୁଣାଣି ଘୁଞ୍ଚେଇଛନ୍ତି ହାଇକୋର୍ଟ ।କଟକ ଚୌଦ୍ୱାର ଜେଲ୍ ର ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ଯାତନା ମାମଲାରେ ଗିରଫଦାରୀରୁ ସୁରକ୍ଷା ଲୋଡ଼ି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ। ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ଏବଂ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି।ସେହିପରି ଏହି ଘଟଣାରେ ମଧ୍ୟସ୍ଥି ଥିବା କୁଲଦୀପ ରଥଙ୍କ ନାମରେ ଥିବା ମାମଲାର ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ସହ ମାମଲା ଖାରଜ ପାଇଁ ଯେଉଁ ଆବେଦନ କରିଥିଲେ ତାର ଶୁଣାଣି ଘୁଞ୍ଚିଛି।