ନଭେମ୍ବର ୧୬ରେ ପୁଣି ଲଘୁଚାପ !ଆନ୍ତର୍ଜାତିକ ପାଣିପାଗ ପୂର୍ବାନୁମାନ

ସାମୁଦ୍ରିକ ଝଡ଼ ‘ମୁରାସୁ’ ପ୍ରଭାବରୁ ଓଡ଼ିଶା ବର୍ତ୍ତି ଯାଇଛି। ଏହି ବାତ୍ୟା ଗତ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଏହା ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲା ବିଶେଷ ପ୍ରଭାବିତ ହୋଇନାହିଁ। ତେବେ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଜିଏଫଏସର ପ୍ରାକ୍ ଆକଳନ ଅନୁସାରେ ୧୬-୧୭ ତାରିଖବେଳକୁ ଆଉ ଲଘୁଚାପ ଭାରତ ଉପକୂଳ ପାଖକୁ ଆସିପାରେ। ସମ୍ଭବତଃ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘଷି ହୋଇ ବାଂଲାଦେଶ ଆଡ଼କୁ ଯାଇପାରେ। ମାତ୍ର ଏହା କେବଳ ପ୍ରାକ୍ ଆକଳନ। ଏଥିରେ ଅନେକ କିଛି ପରିବର୍ତ୍ତନ ବି ଘଟିପାରେ। ଯଦି ଏହି ସିଷ୍ଟମ ଓଡ଼ିଶା ଉପକୂଳ ପାଖକୁ ଆସେ, ତେବେ ରାଜ୍ୟରେ ପୁଣି ବଡ଼ ବର୍ଷା ସମ୍ଭାବନା ରହିଛି।