ଓଡ଼ିଶାରେ ‘ମୁରାସୁ’ ବାତ୍ୟାର ବିଶେଷ ପ୍ରଭାବ ନାହିଁ: ମୁଖ୍ୟ ଶାସନ ସଚିବ
ବନ୍ୟାରେ ପ୍ରଭାବିତ ତିନି ଜିଲ୍ଲା ପାଇଁ ୪ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ । ଗଜପତି ଜିଲ୍ଲା ପାଇଁ ରୀନା ପ୍ରଧାନ, ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ଶିବ ମାଲବ୍ୟଙ୍କୁ କନ୍ଧମାଳ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମରେ ୨ ଜଣ,ଗଜପତିରେ ଜଣେ ଓ କନ୍ଧମାଳରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ତ IAS ଅଧିକାରୀଙ୍କୁଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର କ୍ଷମତା ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ‘ମୁରାସୁ’ ବାତ୍ୟାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିନାହିଁ। କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।