ଗଣିଆ ବ୍ଲକରେ ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତି ଜୋରଦାର: ଘରକୁ ଘର ବୁଲି ସର୍ଭେ କରୁଛନ୍ତି ବିଏଲଓ​୮ଟି ପଞ୍ଚାୟତର ୧୧୯ଟି ବୁଥରେ ଚାଲିଛି ସର୍ଭେ କାର୍ଯ୍ୟ​ନିୟୋଜିତ ଅଛନ୍ତି ୮ ସୁପରଭାଇଜର ଓ ୮୮ ସହଯୋଗୀ ଆଶା, ଅଙ୍ଗନବାଡ଼ି କର୍ମୀ

​ଗଣିଆ, (ବିଶ୍ୱରଂଜନ ସେଠି ):ଗଣିଆ ବ୍ଲକ ଅନ୍ତର୍ଗତ ସମସ୍ତ ୮ ଗୋଟି ଗ୍ରାମପଞ୍ଚାୟତରେ ତ୍ରୁଟିଶୂନ୍ୟ ତଥା ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଗାଁ ଗାଁରେ ଘରକୁ ଘର ବୁଲି ଭୋଟର ସର୍ଭେ କାର୍ଯ୍ୟ ଜାରି ରଖିଛନ୍ତି।​ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁ ରୂପେ ତଦାରଖ ଓ ସମ୍ପାଦନ କରିବା ପାଇଁ ବ୍ଲକର ୮ଟି ପଞ୍ଚାୟତରେ ୮ ଜଣସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଏହାସହିତବିଏଲଓ ମାନଙ୍କୁ କ୍ଷେତ୍ରସ୍ତରରେ ସହଯୋଗ କରିବା ନିମନ୍ତେ ୮୮ ଜଣ ଆଶା ଓ ଅଙ୍ଗନବାଡ଼ି କର୍ମୀ ସାମିଲ ହୋଇଛନ୍ତି। ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବା, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ଏବଂ ଭୋଟର ପରିଚୟ ପତ୍ରରେ ଥିବା ନାମ, ବୟସ କିମ୍ବା ଠିକଣା ଜନିତ ତ୍ରୁଟିର ସଂଶୋଧନ କରିବା ଉପରେ ଏହି ସର୍ଭେରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

​ଗଣିଆ ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବ୍ଲକର ୮ ଗୋଟି ପଞ୍ଚାୟତର ମୋଟ ୧୧୯ଟି ବୁଥରେ ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି।ପଞ୍ଚାୟତୱାରୀ ବୁଥ୍ଗୁଡିକ ହେଲା ​କିଶୋରପ୍ରସାଦ ପଞ୍ଚାୟତ: ୨୨ଟି ବୁଥ୍​ବେଲପଡ଼ାପାଟଣା ପଞ୍ଚାୟତ: ୧୭ଟି ବୁଥ୍
​ଛାମୁଣ୍ଡିଆ ପଞ୍ଚାୟତ: ୧୭ଟି ବୁଥ୍​ରାସଙ୍ଗ ପଞ୍ଚାୟତ: ୧୬ଟି ବୁଥ୍ ​ଆଡ଼କଟା ପଞ୍ଚାୟତ: ୧୪ଟି ବୁଥ୍
​ବଡ଼ସିଲିଙ୍ଗା ପଞ୍ଚାୟତ: ୧୧ଟି ବୁଥ୍ ​ଗଣିଆ ପଞ୍ଚାୟତ: ୧୧ଟି ବୁଥ୍ ​କରଡ଼ାପଡ଼ା ପଞ୍ଚାୟତ: ୧୧ଟି ବୁଥ୍ରେ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ବୋଲି ଗ୍ରାମପଞ୍ଚାୟତ ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଘରକୁ ଘର ବୁଲି ସର୍ଭେ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ସହଯୋଗ କରିବା ସହ ୧୮ ବର୍ଷ ଉର୍ଦ୍ଧ କରିଥିବା ଯୋଗ୍ୟଯୁବକଯୁବତୀମାନେ ନିଜ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।