ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୬-୨୭: LOC ସଂଶୋଧନ ପାଇଁ ଖୋଲିଲା ୱିଣ୍ଡୋ। ନଭେମ୍ବର ୭ ଶେଷ ତାରିଖ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE), ୨୦୨୬-୨୭ ଶିକ୍ଷାବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ମିଳିଛି ଶେଷ ସୁଯୋଗ  । ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ରେକର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ଲିଷ୍ଟ ଅଫ୍ କ୍ୟାଣ୍ଡିଡେଟ୍ସ (LOC) ସଂଶୋଧନ ୱିଣ୍ଡୋ ଖୋଲାଯାଇଛି। ଏଥିପାଇଁ ନଭେମ୍ବର ୭ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି।ଏହି ସମୟ ମଧ୍ୟରେ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ନାମ, ବାପା ଓ ମାଆଙ୍କ ନାମ, ଜନ୍ମ ତାରିଖ ଏବଂ ଚୟନ କରିଥିବା ବିଷୟରେ ଥିବା ତ୍ରୁଟି ସଂଶୋଧନ କରିପାରିବେ। ଏହା ରେକର୍ଡ ସଂଶୋଧନର ଶେଷ ସୁଯୋଗ ବୋଲି CBSE ସ୍ପଷ୍ଟ କରିଛି। ଧାର୍ଯ୍ୟ ସମୟସୀମା ପରେ ଆଉ କୌଣସି ସଂଶୋଧନକୁ ଅନୁମତି ଦିଆଯିବ ନାହିଁ। ତେଣୁ ସମସ୍ତ ତଥ୍ୟକୁ ଭଲ ଭାବେ ଯାଞ୍ଚ କରିବାକୁ ସ୍କୁଲ ଓ ଅଭିଭାବକଙ୍କୁ ବୋର୍ଡ ପରାମର୍ଶ ଦେଇଛି।